ଭୁବନେଶ୍ୱର: ରଙ୍ଗର ପର୍ବ ହୋଲି। ଏହି ଦିନରେ ସମସ୍ତେ ପର ଆପଣା ଭେଦଭାବ ଭୁଲି ପରସ୍ପରକୁ ରଙ୍ଗ ଲଗାଇଥାନ୍ତି। ଏହି ଅବସରରେ କଟକ ଏମ୍ପି ଭର୍ତ୍ତୃହରି ମହତାବଙ୍କ ସହ ହୋଲି ଖେଳି ଆର୍ଶୀବାଦ ନେଇଛନ୍ତି କେନ୍ଦ୍ରାପଡ଼ା ଏମ୍ପି ଅନୁଭବ ମହାନ୍ତି। ତେବେ ନିକଟରେ ଭର୍ତ୍ତୃହରି ବିଜେଡି ଛାଡ଼ିଥିବା ବେଳେ ଅନୁଭବ ମହାନ୍ତିଙ୍କୁ ନେଇ ଚର୍ଚ୍ଚା ହେଉଛି । ଏଭଳି ଏକ ସମୟରେ ଭର୍ତ୍ତୃହରି ଅନୁଭବଙ୍କ ମିଳନ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। କଟକରେ ଦୋଳପୂର୍ଣ୍ଣିମା ଅବସରରେ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ଅନୁଭବ । ଏହି ସମୟରେ ଭର୍ତ୍ତୃହରି ମହତାବଙ୍କୁ ମୁଣ୍ଡିଆ ମାରି ସେ ଆଶୀର୍ବାଦ ନେଇଛନ୍ତି। ଯଦିଓ ଏହା ଦୋଳପୂର୍ଣ୍ଣିମା ଅବସରରେ ଔପଚାରିକା ଦୃଷ୍ଟିରୁ ଦୁଇ ନେତା ପରସ୍ପରକୁ ଭେଟିଛନ୍ତି, ପରେ ବି ସମୟ ଓ ପରିସ୍ଥିତିକୁ ନେଇ ଅନେକ ରାଜନୈତିକ ଚର୍ଚ୍ଚା ହେଉଛି ।