23.1 C
Bhubaneswar
Friday, January 10, 2025
Homeଓଡିଶାଆଜିଠାରୁ ପାରଦ ହେବ ଉପରମୁହାଁ; ୮ ରୁ ୧୦ ଡିଗ୍ରୀ ବଢ଼ିବାର ସମ୍ଭାବନା

ଆଜିଠାରୁ ପାରଦ ହେବ ଉପରମୁହାଁ; ୮ ରୁ ୧୦ ଡିଗ୍ରୀ ବଢ଼ିବାର ସମ୍ଭାବନା

ଭୁବନେଶ୍ୱର: ଗତ ୪୮ଘଣ୍ଟା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ଆଜିଠାରୁ ପାଗ ବଦଳିବ । ଆସନ୍ତାକାଲିଠାରୁ ୨୪ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା କାଲିଠାରୁ ରାଜ୍ୟରେ ପାଗ ଫିଟିଯିବ । ତେବେ ୨୨ରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆଗାମୀ ୨୧ ରୁ ୨୪ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୮ ରୁ ୧୦ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ବୁଧବାର ରାଜ୍ୟରେ କୋହଲା ପାଗ ସାଙ୍ଗକୁ ବର୍ଷା ଲାଗି ରାଜ୍ୟର ୧୨ଟି ସହରର ସର୍ବାଧିକ ଦିନ ତାପମାତ୍ରା ୨୨ଡିଗ୍ରୀ ତଳକୁ ରହିଥିଲା । ତେବେ ଆସନ୍ତାକାଲି ସକାଳ ସାଢ଼େ ୮ଟାରୁ ୨୨ ତାରିଖ ସକାଳ ସାଢ଼େ୮ଟା ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ,ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ କୌଣସି ୱାର୍ଣ୍ଣିଂ ଜାରି ହୋଇନାହିଁ । ସେହିଭଳି ଅନ୍ୟାନ୍ୟ ସବୁ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ୨୨ ତାରିଖ ସକାଳ ସାଢ଼େ୮ଟାରୁ ୨୫ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତାକାଲି ଝାରସୁଗୁଡ଼ାରେ ଦିନ ତାପମାତ୍ରା ୩୪ ଡିଗ୍ରୀ ରହିପାରେ ।

ସେହିପରି ମାଲକାନଗିରି, ଟିଟିଲାଗଡ଼, ଭବାନୀପାଟଣା, ସମ୍ବଲପୁର ଓ ବୌଦ୍ଧରେ ଦିନ ତାପମାତ୍ରା ୩୩ ଡିଗ୍ରୀ, ନୂଆପଡ଼ା ଓ ସୋନପୁରରେ ୩୨,ପାରଳାଖେମୁଣ୍ଡି, ଛତ୍ରପୁର ଓ ସୁନ୍ଦରଗଡ଼ରେ ୩୧ ଡିଗ୍ରୀ ରହିବାର ସମ୍ଭାବନା ରହିଛି । ୨୨ ତାରିଖରେ ବୌଦ୍ଧରେ ଦିନ ତାପମାତ୍ରା ସର୍ବାଧିକ ୩୭ ଡିଗ୍ରୀ ରହିପାରେ । ସେହିପରି ମାଲକାନଗିରି, ଭବାନୀପାଟଣା, ଟିଟିଲାଗଡ଼, ବଲାଙ୍ଗିର, ସୋନପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଦିନ ତାପମାତ୍ରା ୩୬ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି । ନୂଆପଡ଼ା, ରାୟଗଡ଼ା,ପାରଳାଖେମୁଣ୍ଡି ଓ ସୁନ୍ଦରଗଡ଼ରେ ତାପମାତ୍ରା ୩୪ ଡିଗ୍ରୀ ଏବଂ ସମ୍ବଲପୁରରେ ୩୫ ଡିଗ୍ରୀ ରହିପାରେ । ଭୁବନେଶ୍ୱରରେ ୩୨ ଡିଗ୍ରୀ, କଟକ, ରାଉରକେଲା, ଫୁଲବାଣୀ ଓ କୋରାପୁଟ ଆଦି ସ୍ଥାନରେ ସର୍ବାଧିକ ଦିନ ତାପମାତ୍ରା ୩୩ ଡିଗ୍ରୀ ରହିପାରେ ।

ମାର୍ଚ୍ଚ ୨୩ ତାରିଖରେ ବୌଦ୍ଧ ଓ ଟିଟିଲାଗଡ଼ରେ ସର୍ବାଧିକ ଦିନ ତାପମାତ୍ରା ୩୯ ଡିଗ୍ରୀ ରହିବାର ସମ୍ଭାବନା ଥିବା ବେଳେ ମାଲକାନଗିରି, ବଲାଙ୍ଗିର ଓ ସୋନପୁରରେ ୩୮, ଭବାନୀପାଟଣା, ସମ୍ବଲପୁର, ଝାରସୁଗୁଡ଼ା ଓ ପାରଳାଖେମୁଣ୍ଡିରେ ୩୭, ରାୟଗଡ଼ା, ନୂଆପଡ଼ା, ସୁନ୍ଦରଗଡ଼ ଓ ରାଉରକେଲାରେ ୩୬ ଡିଗ୍ରୀ ସେଲ୍‌ସିୟସ ରହିପାରେ । ସେହିପରି କଟକରେ ୩୫ ଓ ଭୁବନେଶ୍ୱରରେ ୩୪ ଡିଗ୍ରୀ ସେଲ୍‌ସିୟସ ରହିପାରେ ଦିନର ସର୍ବାଧିକ ତାପମାତ୍ରା । ମାର୍ଚ୍ଚ ୨୪ ତାରିଖରେ ବୌଦ୍ଧ ଓ ଟିଟିଲାଗଡ଼ର ସର୍ବାଧିକ ଦିନ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ରହିବାର ସମ୍ଭାବନା ଥିବା ବେଳେ ବଲାଙ୍ଗିର, ମାଲକାନଗିରି, ରାୟଗଡ଼ା, ସୋନପୁର ଓ ଝାରସୁଗୁଡ଼ାରେ ୩୮, ପାରଳାଖେମୁଣ୍ଡି, ଭବାନୀପାଟଣା ଓ ସମ୍ବଲପୁରରେ ୩୭, ସୁନ୍ଦରଗଡ଼,ରାଉରକେଲା, ଫୁଲବାଣୀ, ଅନୁଗୋଳ, ଢେଙ୍କାନାଳ, କଟକ, ଚାନ୍ଦବାଲି, ଭୁବନେଶ୍ୱର, ନୂଆପଡ଼ା ଓ ଭଦ୍ରକରେ ୩୬, ଛତ୍ରପୁର, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, ବାରିପଦା,ବାଲେଶ୍ୱର ଓ କୋରାପୁଟ ଆଦି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ରହିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking