ଭୁବନେଶ୍ୱର : ମାର୍ଚ୍ଚ ପହିଲାରୁ ରାଜ୍ୟର ପଶ୍ଚିମା ଝଡର ପ୍ରଭାବ ଦେଖାଯିବ । ପାଣିପାଗ ବିଭାଗର ଆକଳନ ଅନୁସାରେ ଉପରମୁହାଁ ହେବ ପାରଦ । ଉଭୟ ଦିନ ଓ ରାତିରେ ତାପମାତ୍ରା ବୃଦ୍ଧି ପାଇବ । ଆଗାମୀ ୪ ଦିନ ଯାଏଁ ପ୍ରାୟ ୨ରୁ ୩ ଡିଗ୍ରୀ ବଢିବ ତାପମାତ୍ରା । ୪୦ ଡିଗ୍ରୀ ତାତିରେ ଆଉଟ ପାଉଟ ହେବ ଓଡିଶା । ତେବେ ଭୀଷଣ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସତର୍କ ରହିବାକୁ ଚିଠି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି । ସବୁ କଲେଜ, ସ୍କୁଲଓ କୋଚିଂ ସେଣ୍ଟରକୁ ଶିକ୍ଷା ବିଭାଗର ସତର୍କତା । ଶିକ୍ଷାନୁଷ୍ଠାନରେ ପର୍ଯ୍ୟାପ୍ତ ପାଣି ମହଜୁଦ ସହ ପିଲାଙ୍କୁ ସଚେତନ ପାଇଁ ନିର୍ଦ୍ଦେଶ ।