28.1 C
Bhubaneswar
Thursday, June 12, 2025
Homeରାଜନୀତିରାଜନେତା ନଫେ ସିଂହ ରାଠୀଙ୍କ ହତ୍ୟାର ଗୁମର ଖୋଲିବ

ରାଜନେତା ନଫେ ସିଂହ ରାଠୀଙ୍କ ହତ୍ୟାର ଗୁମର ଖୋଲିବ

ନୂଆଦିଲ୍ଳୀ: ରାଜନେତା ନଫେ ସିଂହ ରାଠୀ ହରିଆଣାର ଜଣେ ନାମୀଦାମୀ ରାଜନେତା ଥିଲେ । ରାଜନେତା ନଫେ ସିଂହ ରାଠୀଙ୍କ ହତ୍ୟାର ସତ୍ୟତା ସାମ୍ନାକୁ ଆସିଛି । ରାଜନେତା ନଫେ ସିଂହ ରାଠୀ ଇଣ୍ଡିଆନ୍‌ ନେସ୍‌ନାଲ୍‌ ଲୋକଦଳର ହରିଆଣା ୟୁନିଟ୍‌ ସଭାପତି ଥିବା ସହ ପୂର୍ବତନ ବିଧାୟକ ଓ ଜଣେ ଦଳୀୟ କର୍ମୀ ଥିଲେ।ଏବେ ତାଙ୍କ ମୃତ୍ୟୁ ବେଳର ସମସ୍ତ ଘଟଣା କଏଦ ହୋଇଥିବା ସିସିଟିଭି ଫୁଟେଜ୍‌ ହସ୍ତଗତ ‌ହୋଇଛି। ପୁଲିସ୍‌ ପ୍ରାଥମିକ ତଦନ୍ତ କରି ଫୁଟେଜ୍‌ ପାଇଥିବା ବେଳେ ଜାଣିବାକୁ ପାଇଛି ଯେ ଦିଲ୍ଳୀ ନିକଟସ୍ଥ ବାହାଦୁରଗଡ଼ରେ ରାଜନେତା ଜଣକ ତାଙ୍କ ଏସ୍‌ୟୁଭି ନେଇ ଯାଉଥିଲେ। ସେତିକି ବେଳେ କିଛି ଅଜଣା ବ୍ୟକ୍ତି ଆସି ତାଙ୍କ ଗାଡ଼ିକୁ ଗୁଳି ମାରିଥିବାରୁ ୬୭ ବର୍ଷୀୟ ରାଜନେତାଙ୍କ ମୃତ୍ୟୁ ଘଟିଛି।ଆକ୍ରମଣକାରୀମାନେ ଗୁଳି ଚଳାଇବା ପରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଆକ୍ରମଣକାରୀଙ୍କୁ ଧରିବାରେ ପୁଲିସ୍‌ ଏପର୍ଯ୍ୟନ୍ତ ସମର୍ଥ ହୋଇନାହିଁ। ପୋଲିସ ଆକ୍ରମଣକାରୀଙ୍କ କାରର ନମ୍ବର ଜାଣିବା ପାଇଁ ନିକଟବର୍ତ୍ତୀ ଅଞ୍ଚଳରୁ ସିସିଟିଭି ଫୁଟେଜ୍ ସ୍କାନ କରିଛି। ଏନେଇ ପୋଲିସ ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଧରିବାର ଚେଷ୍ଟା ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking