30.1 C
Bhubaneswar
Saturday, March 15, 2025
Homeଦେଶ ବିଦେଶଆଇକନ୍ ରେଡିଓ ଉପସ୍ଥାପକ ଅମୀନ ସୟାନୀଙ୍କ ଦେହାନ୍ତ

ଆଇକନ୍ ରେଡିଓ ଉପସ୍ଥାପକ ଅମୀନ ସୟାନୀଙ୍କ ଦେହାନ୍ତ

ମୁମ୍ବାଇ : ଲୋକପ୍ରିୟ ବିନିକା ଗୀତା ମାଲା କାର୍ଯ୍ୟକ୍ରମ ପଛରେ ଥିବା ପ୍ରସିଦ୍ଧ ସ୍ୱର ଅମୀନ ସୟାନୀଙ୍କ ମୃତ୍ୟୁ ଘଟିଛି ।  ଏଚଏନ ରିଲାଏନ୍ସ ହସ୍ପିଟାଲରେ ରାତି ପ୍ରାୟ ୭ ଟା ସମୟରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି ବୋଲି ତାଙ୍କ ପୁଅ ରାଜୀଲ ସୟାନୀ ସୂଚାନା ଦେଇଛନ୍ତି। ସେ ଡିସେମ୍ବର ୨୧, ୧୯୩୨ ରେ ଏକ ବହୁଭାଷୀ ପରିବାରରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ମଙ୍ଗଳବାର ରାତିରେ ଅମୀନ ସୟାନୀଙ୍କ ହୃଦଘାତରେ ପୀଡିତ ହୋଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସେଠାରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।ରେଡିଓ ସହ ଅମୀନ ସାୟାନୀ ଅନେକ ଚଳଚ୍ଚିତ୍ରରେ ମଧ୍ୟ ରେଡିଓ ଉପସ୍ଥାପକ ଭାବରେ ଅଭିନୟ କରିଥିଲେ, ଯେଉଁଥିରେ ଭୂତ୍ ବଙ୍ଗଲା, ତୀନ୍ ଦେବିୟାଁ, ବକ୍ସର ଏବଂ କତ୍ଲ ଭଳି ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ। ସୟାନୀ ୫୦ହଜାରରୁ ଅଧିକ ରେଡିଓ କାର୍ଯ୍ୟକ୍ରମର ପ୍ରଯୋଜନା କରିବା ସହ ଭଏସଓଭର ମଧ୍ୟ ଦେଇଥିଲେ। ପ୍ରାୟ ୧୯୦୦୦ ଜିଙ୍ଗଲ୍ସରେ ସ୍ୱର ଦେଇ ସେ ନିଜ ନାମ ଲିମକା ବୁକ୍ ଅଫ୍ ରେକର୍ଡରେ ପଞ୍ଜିକୃତ କରାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking