34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶପାରିବାରିକ କଳହରୁ ଗୁଳିମାଡ...

ପାରିବାରିକ କଳହରୁ ଗୁଳିମାଡ…

ଇରାନ : ଝିମିଟି ଖେଳରୁ ମହାଭାରତ ସୃଷ୍ଟି ହୋଇଥିଲା ସେମିତି ପାରିବାରିକ କଳହରୁ ଗୁଳିମାଡ । ସୂଚନା ଅନୁସାରେ, ଗତ ଶନିବାର ଇରାନରେ ଘଟିଛି ଏପରି ଏକ ହୃଦୟ ବିଦାରକ ଘଟଣା । ଘଟଣାରେ ଜଣେ ପୁଅ ନିଜ ବାପାଙ୍କ ସହିତ ଘରର ୧୨ ଜଣ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରିଛି । ପରିବାରରେ କୌଣସି କାରଣରୁ କଳି ଆରମ୍ଭ ହୋଇଥିଲା କିନ୍ତୁ ଏହି କଳି ଏତେ ଭୟଙ୍କର ରୂପ ନେବ ତାହା ଜଣାପଡ଼ିନଥିଲା । ୩୦ ବର୍ଷର ପୁଅ ଘରର କଳି ପାଇଁ ଘରର ସମସ୍ତ ସଦସ୍ୟଙ୍କୁ ଗୁଳିମାଡ କରିଥିଲା । ଗୁଳିମାଡରେ ପରିବାରର ସମସ୍ତ ସଦସ୍ୟଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତକଙ୍କ ମଧ୍ୟରେ ଅଭିଯୁକ୍ତ ପୁଅର ବାପା ମଧ୍ୟ ଥିଲେ । କିନ୍ତୁ ନୃଶଂସ ପୁଅ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରିଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking