28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଧିରେ ଧିରେ ମଉଳି ଯାଇଛି କଂଗ୍ରେସ ନେତା ରାହୁଲଙ୍କ ଭାରତ ଯୋଡୋ ଯାତ୍ରା

ଧିରେ ଧିରେ ମଉଳି ଯାଇଛି କଂଗ୍ରେସ ନେତା ରାହୁଲଙ୍କ ଭାରତ ଯୋଡୋ ଯାତ୍ରା

ନୂଆଦିଲ୍ଲୀ : ଦ୍ବିତୀୟ ପର୍ଯ୍ୟାୟରେ ଭାରତ ଯୋଡୋ ଯାତ୍ରାକୁ ସଫଳତା ମିଳୁନାହିଁ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାକୁ ପ୍ରଥମ ପର୍ଯ୍ୟାୟରେ ଯେଭଳି ସଫଳତା ମିଳିଥିଲା, ଦ୍ବିତୀୟ ପର୍ଯ୍ୟାୟରେ ତାହା ଦେଖିବାକୁ ମିଳୁନାହିଁ। ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭରୁ ଜଣେ ଜଣେ ଜଣେ ବରିଷ୍ଠ ନେତା ଦଳ ଛାଡ଼ିବା କାରଣରୁ ହଇଚଇ ଲାଗି ରହିଛି ଏବଂ ବିଭିନ୍ନ ରାଜ୍ୟରେ ଦଳର ଆଭ୍ୟନ୍ତରୀୟ କଳହ ଯାତ୍ରାକୁ ଫିକା କରିଦେଉଛି। ଏଭଳି ସ୍ଥିତିରେ ଇଣ୍ଡି ମେଣ୍ଟର ସହଯୋଗୀ ଦଳ ମଧ୍ୟ ମେଣ୍ଟ ଛାଡ଼ୁଥିବାରୁ ବିଭିନ୍ନ ରାଜ୍ୟରେ ଯାତ୍ରା ପ୍ରଭାବଶୂନ୍ୟ ହେଉଥିବା ଦେଖିବାକୁ ମିଳିଛି । ଲୋକସଭା ନିର୍ବାଚନ ପାଇଁ ଦେଶବ୍ୟାପୀ ନ୍ୟାୟ ଯାତ୍ରା ଲଞ୍ଚପ୍ୟାଡ୍ ସାବ୍ୟସ୍ତ ହେବ ବୋଲି ଯାହା ଆଶା କରାଯାଉଥିଲା ତାହା ମଉଳି ଯାଇଛି। ବିହାର ଓ ପଶ୍ଚିମବଂଗରେ ଯାତ୍ରାର ବିଶେଷ ପ୍ରଭାବ ପଡ଼ିନଥିବା ବେଳେ ଏବେ ଉତ୍ତରପ୍ରଦେଶରେ ମଧ୍ୟ ସମାନ ସ୍ଥିତିର ସମ୍ମୁଖୀନ ହେବାକୁ ଯାଉଛି । ୟୁପିରେ କଂଗ୍ରେସର ଦୁର୍ବଳ ସଂଗଠନ ଯୋଗୁଁ ଦଳ ସମାଜବାଦୀ ପାର୍ଟି ସହିତ ଯେଭଳି ମୂଲଚାଲ କରିବା କଥା ତାହା କରିପାରୁନାହିଁ। ସପା ମୁଖ୍ୟ ଅଖିଳେଶ ଯାଦବଙ୍କୁ ବଡ଼ ଝଟ୍‌କା ଦେଇ ଆର୍‌ଏଲ୍‌ଡି ଇଣ୍ଡି ମେଣ୍ଟ ଛାଡ଼ିଥିବାରୁ କଂଗ୍ରେସ ରାଜ୍ୟରେ ଅଧିକ ଆସନରେ ଲଢ଼ିବାକୁ ସୁଯୋଗ ପାଇବ ବୋଲି ଲକ୍ଷ୍ୟ ରଖିଛି। ଏବେ ୟୁପିରେ ଚାଲିଥିବା ଯାତ୍ରା ଆହୁରି ୫ ଦିନ ଜାରି ରହିବ। ସପା ମୁଖ୍ୟ ଅଖିଳେଶ ଯାଦବ ରାଏବରେଲି-ଆମେଥିରେ ରାହୁଲଙ୍କ ସହ ଯାତ୍ରାରେ ଯୋଗ ଦେବେ ବୋଲି ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking