34.1 C
Bhubaneswar
Friday, October 18, 2024
Homeଅପରାଧଆକ୍ରମଣକାରୀଙ୍କୁ ବର୍ଷେ ପରେ ବନ୍ଧିଲା ପୁଲିସ

ଆକ୍ରମଣକାରୀଙ୍କୁ ବର୍ଷେ ପରେ ବନ୍ଧିଲା ପୁଲିସ

ଭୁବନେଶ୍ୱର: ଆକ୍ରମଣକାରୀଙ୍କୁ ବର୍ଷେ ପରେ ବନ୍ଧିଲା କ୍ୟାପିଟାଲ ଥାନା ପୁଲିସ । ଗିରଫ ଯୁବକ ହେଲା ଯାଜପୁର ଜିଲ୍ଲାର ଚନ୍ଦନ ମଲ୍ଲିକ(୨୦) । ସୂଚନା ଯୋଗ୍ୟ ଯେ, ଗତ ବର୍ଷ ଚନ୍ଦନ ଏବଂ ତାଙ୍କର ଦୁଇ ଜଣ ସହଯୋଗୀ କାହ୍ନୁ ଚରଣ ଗିରି ନାମକ ଜଣେ ବ୍ୟକ୍ତିଙ୍କ ଘର ସମୁଖକୁ ଯାଇ ତାଙ୍କୁ ମରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିବା ବେଳେ, ଅନୁପ କୁମାର ନାୟକ ନାମକ ବ୍ୟକ୍ତି ସେଠାରେ ପହଞ୍ଚି ଅଭିଯୁକ୍ତ ମାନଙ୍କୁ ବିରୋଧ କରିଥିଲେ ।

ଫଳରେ ଅଭିଯୁକ୍ତ ମାନେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ତଥାପି ରାଗ କମି ନଥିଲା ଯେ ତାପରଦିନ ସକାଳେ ଅନୁପଙ୍କ ଘରକୁ ସେମାନେ ଆସି ତାଙ୍କ ସହିତ ଝଗଡା କରିବା ସହ ମଡ଼ ମଧ୍ୟ ମାରିଥିଲେ । ଅନୁପ ସେଠାରୁ ଦୌଡି ପଳାଇବା ପାଇଁ ଉଦ୍ୟମ କରିଥିଲେ ହେଲେ ଅଭିଯୁକ୍ତ ମାନେ ତାଙ୍କୁ କାଠ ଫାଲିଆରେ ଆକ୍ରମଣ କରିଥିଲେ । ଫଳରେ ଅନୁପଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହିତ ସେ ତଳେ ପଡ଼ିଯାଇଥିଲେ । ପରେ ସ୍ଥାନୀୟ ଲୋକମାନେ ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇ ଚିକିତ୍ସା କରିଥିଲେ । ସେଠାରୁ ଆସି ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ଆଜି ଚନ୍ଦନକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ପଚରାଉଚରା ସମୟରେ ଚନ୍ଦନ ତାର ଦୋଷ ସ୍ୱୀକାର କରିଥିଲେ । ତେଣୁ ଆଜି ଚନ୍ଦନକୁ କୋର୍ଟ ଚାଲାଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking