18.1 C
Bhubaneswar
Thursday, November 28, 2024
Homeଓଡିଶାସବୁ ପଞ୍ଚାୟତରେ ୭୧୪୨ ଆକାଉଣ୍ଟାଣ୍ଟ କମ ଡାଟାଏଣ୍ଟ୍ରି ଅପରରେଟରଙ୍କୁ ମିଳିବ ନିଯୁକ୍ତି

ସବୁ ପଞ୍ଚାୟତରେ ୭୧୪୨ ଆକାଉଣ୍ଟାଣ୍ଟ କମ ଡାଟାଏଣ୍ଟ୍ରି ଅପରରେଟରଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର: ଗ୍ରାମ ପଞ୍ଚାୟତଗୁଡିକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାଗୁଡିକୁ କାର୍ୟ୍ୟକାରୀ କରାଯାଉଛି। ଏହି ଯୋଜନା ଗୁଡିକର ଆର୍ଥିକ ପରିଚାଳନା ଓ ଡକୁମେଣ୍ଟେସନ ସୁବିଧା ପାଇଁ ସମସ୍ତ ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲାଗୁଡିକରେ ରାଜ୍ୟ ସରକାର ଆକାଉଣ୍ଟାଣ୍ଟ କମ ଡାଟାଏଣ୍ଟ୍ରି ଅପରରେଟର ପଦବୀ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିନିମନ୍ତେ ୭୧୪୨ ପଦବୀ ସୃଷ୍ଟି କରାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ରେ ଶୁକ୍ରବାର ଅନୁମୋଦନ କରାଯାଇଛି। ଆକାଉଣ୍ଟାଣ୍ଟ କମ ଡାଟାଏଣ୍ଟ୍ରି ଅପରରେଟରମାନେ ଗ୍ରାମ ପଞ୍ଚାୟତ ପ୍ରଶାସନିକ ନିୟନ୍ତ୍ରଣରେ କାର୍ୟ୍ୟ କରିବେ। ଗ୍ରାମପଞ୍ଚାୟତକୁ ଅଧିକ ଜୀବନ୍ତ ଓ ଗତିଶୀଳ କରିବା ପାଇଁ ଓଡିଶା ଆକାଉଣ୍ଟ କମ -ଡାଟା ଏଣ୍ଟ୍ରି ଅପରେଟର(ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତ) ନିୟମ-୨୦୨୪ ନାମରେ ଏକ ନୂତନ ନିୟମ ପ୍ରସ୍ତୁତ କରାଯାଇଛି। ଗ୍ରମା ପଞ୍ଚାୟତର ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ କାର୍ୟ୍ୟକ୍ରମ ସହିତ ଜଡିତ ଥିବା ଗ୍ରାମ ରୋଜଗାର ସେବକଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଆକାଉଣ୍ଟ କମ ଡାଟାଏଣ୍ଟ୍ରି ଅପରେଟର ୩୦ ପ୍ରତିଶତ ପଦବୀରେ ସେମାନଙ୍କୁ ମନୋନୀତ କରାଯିବ। ଅବଶିଷ୍ଟ ୭୦ ପ୍ରତିଶତ ପଦବୀ ସବୋର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ପ୍ରତ୍ୟକ୍ଷ ନିଯୁକ୍ତି ଦିଆଯିବ। ଯେଉଁ ଗ୍ରାମ ରୋଜଗାର ସେବକ ଲଗାତର ୫ ବର୍ଷ ପୂରଣ କରିଥିବେ ଓ ସେମାନଙ୍କର ଆବଶ୍ୟକ ଯୋଗ୍ୟତା ଥିବ ସେମାନଙ୍କୁ ଖାଲି ପଦବୀରେ ଥଇଥାନ କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking