22.1 C
Bhubaneswar
Wednesday, January 15, 2025
Homeଖେଳଟେଷ୍ଟ୍ କ୍ରିକେଟ୍‌ରେ ଅଶ୍ୱିନଙ୍କ ୫୦୦ ୱିକେଟ୍‌

ଟେଷ୍ଟ୍ କ୍ରିକେଟ୍‌ରେ ଅଶ୍ୱିନଙ୍କ ୫୦୦ ୱିକେଟ୍‌

ରାଜକୋଟ: ଭାରତର ମହାନ୍ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ ଟେଷ୍ଟ୍ କ୍ରିକେଟ୍‌ରେ ଏକ ନୂଆ ଉପଲବ୍ଧି ହାସଲ କରିଛନ୍ତି । ରାଜକୋଟରେ ଜାରି ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‌ରେ ନିଜ ଟେଷ୍ଟ୍ କ୍ୟାରିୟର୍‌ର ୫୦୦ ତମ ୱିକେଟ୍ ହାସଲ କରିଛନ୍ତି । ଏହା ସହିତ ୫୦୦ କିମ୍ବା ତଦୁର୍ଦ୍ଧ ଟେଷ୍ଟ୍ ୱିକେଟ୍ ହାସଲକାରୀ ଦ୍ୱିତୀୟ ଭାରତୀୟ ଖେଳାଳି ହୋଇଛନ୍ତି । ତାଙ୍କ ପୂର୍ବରୁ ଏହି ଭାରତ ପକ୍ଷରୁ କାରନାମା ମହାନ୍ ସ୍ପିନର୍ ଅନୀଲ୍ କୁମ୍ବଲେ କରିଛନ୍ତି । ସେହିପରି ୫୦୦ କିମ୍ବା ଏହାଠାରୁ ଅଧିକ ୱିକେଟ୍ ନେବାରେ ଅଶ୍ୱିନ ବିଶ୍ୱର ଚତୁର୍ଥ ବୋଲର୍ ହୋଇଛନ୍ତି । ଏହା ବ୍ୟତୀତ କମ୍ ଇନିଂସ୍‌ରେ ଏହି କାରନାମା କରିବାରେ ଅଶ୍ୱିନ ବିଶ୍ୱର ଦ୍ୱିତୀୟ ଖେଳାଳି । ଶ୍ରୀଲଙ୍କାର ମୁଥେୟା ମୁରଲିଧରନ୍ ୧୪୪ ଇନିଂସ୍‌ରେ ଏହି ଉପଲବ୍ଧି ହାସଲ କରିଥିବା ବେଳେ ଅଶ୍ୱିନ ୧୮୪ ଇନିଂସ୍‌ରେ ଏହି କାରନାମା କରିଛନ୍ତି । ଏ କ୍ଷେତ୍ରରେ ସେ କୁମ୍ବଲେଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । କୁମ୍ବଲେ ଏହା ୧୯୮ ଇନିଂସ୍‌ରେ କରିଥିଲେ । ସେହିପରି ଶେନ୍ ୱାର୍ଣ୍ଣ ୨୦୧ ଏବଂ ଗ୍ଲେନ୍ ମ୍ୟାକ୍‌ଗ୍ରା ୨୧୪ ଇନିଂସ୍‌ରେ ୫୦୦ ଟେଷ୍ଟ୍ ୱିକେଟ୍ ପୂରଣ କରିଥିଲେ ।

ସେହିପରି ମ୍ୟାଚ୍ କ୍ଷେତ୍ରରେ ଅଶ୍ୱିନ ପୂର୍ବତନ ଅଧିନାୟକ ଅନୀଲ୍ କୁମ୍ବଲେଙ୍କୁ ମଧ୍ୟ ପଛରେ ପକାଇଛନ୍ତି । ଅଶ୍ୱିନ ୯୮ ମ୍ୟାଚ୍‌ରେ ୫୦୦ ୱିକେଟ୍ ହାସଲ କରିଥିବା ବେଳେ କୁମ୍ବଲେ ୧୦୫ ମ୍ୟାଚ୍‌ରେ ଏହି ମାଇଲଖୁଣ୍ଟରେ ପହଞ୍ଚିଥିଲେ । ଏହି ସୂଚୀରେ ମୁରଲିଧରନ୍ ମଧ୍ୟ ଶୀର୍ଷରେ ରହିଛନ୍ତି । ସେ ୮୭ ମ୍ୟାଚ୍‌ରେ ୫୦୦ ୱିକେଟ୍ ଅକ୍ତିଆର କରିଥିଲେ । କେବଳ ଏତିକି ନୁହେଁ, ସବୁଠୁ କମ୍ ବଲ୍ ୫୦୦ ୱିକେଟ୍ ହାସଲ କରିବାରେ ଅଶ୍ୱିନ ମଧ୍ୟ ଦ୍ୱିତୀୟ ବୋଲର୍ ହୋଇଛନ୍ତି । ଏହି କ୍ଷେତ୍ରରେ ମ୍ୟାକ୍‌ଗ୍ରା ଶୀର୍ଷରେ ରହିଛନ୍ତି । ମ୍ୟାକ୍‌ଗ୍ରା ୨୫୫୨୮ ବଲ୍‌ରେ ୫୦୦ ୱିକେଟ୍ ହାସଲ କରିଥିବା ବେଳେ ଅଶ୍ୱିନ ୨୫୭୧୪ ବଲ୍‌ରେ ଏହି ଉପଲବ୍ଧି ହାସଲ କରିଛନ୍ତି । ଜେମ୍ସ ଆଣ୍ଡରସନ୍ ୫୦୦ ୱିକେଟ୍ ନେବାପାଇଁ ୨୮୧୫୦ ବଲ୍ ପକାଇଥିବା ବେଳେ ଷ୍ଟୁଆର୍ଟ ବ୍ରଡ୍ ୨୮୪୩୦ ଏବଂ ୱେଷ୍ଟଇଣ୍ଡିଜ୍‌ର କର୍ଟନୀ ୱାଲ୍‌ଶ ୨୮୮୩୩ ବଲ୍ ଖର୍ଚ୍ଚ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking