ନୂଆଦିଲ୍ଲୀ: ୱେଷ୍ଟ୍ଇଣ୍ଡିଜ୍ର ଘାତକ ଯୁବ ବୋଲର୍ ଶମାର୍ ଜୋଶେଫ୍ଙ୍କର ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ରେ ଏଣ୍ଟ୍ରି ହୋଇଛି । ଟୁର୍ଣ୍ଣାମେଣ୍ଟ୍ର ଆଗାମୀ ସିଜନ୍ରେ ତାଙ୍କୁ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସ (ଏଲ୍ଏସ୍ଜି)ରେ ଦେଖିବାକୁ ମିଳିବ । ଏଲ୍ଏସ୍ଜିତ ତାଙ୍କୁ ଇଂଲିଶ୍ ଫାଷ୍ଟ୍ ବୋଲର୍ ମାର୍କ ଉଡ୍ଙ୍କ ସ୍ଥାନରେ ୩ କୋଟି ଟଙ୍କାରେ ଟିମ୍ରେ ସାମିଲ କରିଛି । ଆଇପିଏଲ୍ ପକ୍ଷରୁ ଶନିବାର ଜାରୀ ଏକ ବୟାନରେ ଏହି ସୂଚନା ଦିଆଯାଇଛି । ଗତମାସରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଜୋସେଫ୍ ପଦାର୍ପଣ ସିରିଜ୍ରେ ବିସ୍ପୋରକ ବୋଲିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ଗାବା ଟେଷ୍ଟ୍ର ଦ୍ୱିତୀୟ ଇନିଂସ୍ରେ ଜୋସେଫ୍ ଘାତକ ବୋଲିଂ କରି ୭ ୱିକେଟ୍ ନେବା ସହ ଅଷ୍ଟ୍ରେଲିଆ ହାତରୁ ବିଜୟ ଛଡ଼ାଇ ଆଣିଥିଲେ । ବର୍ତ୍ତମାନ ସୁଦ୍ଧା ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଦୁଇଟି ଟେଷ୍ଟ୍ ଖେଳିଥିବା ଜୋସେଫ୍ ୧୩ଟି ୱିକେଟ୍ ହାସଲ କରିଛନ୍ତି । ଏହା ମଧ୍ୟରେ ୬୮ ରନ୍ରେ ୭ ୱିକେଟ୍ ହାସଲ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି ।