22.1 C
Bhubaneswar
Monday, January 27, 2025
Homeଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନବଜେଟ ଅଧିବେଶନ: ମହିଳା ସଦସ୍ୟଙ୍କୁ ଅତିରିକ୍ତ ୫ ଲକ୍ଷ ବାର୍ଷିକ ଚିକିତ୍ସା ସହାୟତା

ବଜେଟ ଅଧିବେଶନ: ମହିଳା ସଦସ୍ୟଙ୍କୁ ଅତିରିକ୍ତ ୫ ଲକ୍ଷ ବାର୍ଷିକ ଚିକିତ୍ସା ସହାୟତା

ଭୁବନେଶ୍ୱର: ମୋ ସରକାର ପ୍ରତି ପରିବାରକୁ ୫ ଲକ୍ଷ ଏବଂ ମହିଳା ସଦସ୍ୟଙ୍କୁ ଅତିରିକ୍ତ ୫ ଲକ୍ଷ ବାର୍ଷିକ ଚିକିତ୍ସା ସହାୟତା ସହିତ ଲୋକଙ୍କ ଜଟିଳ ରୋଗର ଉପଚାର ଓ ଚିକିତ୍ସା ପାଇଁ ୧୫୬ ଟି ଘରୋଇ ହସ୍ପିଟାଲ ସମେତ ୭୯୬ ଟି ହସ୍ପିଟାଲକୁ ଅନୁବାନ୍ଧତ କରିଛନ୍ତି ।  “ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ର ସୁଫଳ ଓଡ଼ିଶାର ୯୬.୫ ଲକ୍ଷ ପରିବାରର ୩.୫ କୋଟି ଲୋକଙ୍କ ପାଖରେ ପହଞ୍ଚିପାରିଛି ।  ୨୦୨୧ ମସିହା ସେପ୍ଟେମ୍ବର ପହିଲାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡର ଶୁଭାରମ୍ଭ ପରଠାରୁ ୧୭.୬୪ ଲକ୍ଷରୁ ଅଧିକ ହିତାଧିକାରୀ ୩୯୫୮ କୋଟି ଟଙ୍କାର ଚିକିତ୍ସା ସହାୟତା ପାଇଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି ।  ।

ମୋ ସରକାର ‘ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା’ରେ ପୂର୍ବରୁ ଅନ୍ତର୍ଭୁକ୍ତ ହୋଇନଥିବା ସରକାରୀ କର୍ମଚାରୀ, ସରକାରୀ ପେନସନଭୋଗୀ କିମ୍ବା ଆୟକରଦାତା ନଥିବା ଗ୍ରାମ୍ୟ ପରିବାର ପାଇଁ ନିକଟରେ ‘ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ ପ୍ରଚଳନ କରିଛନ୍ତି । ୨୦୨୪ ମଇ ୧ ତାରିଖରୁ ‘ବି.ଏସ୍.କେ.ୱାଇ. ନବୀନ କାର୍ଡ ପାଇଥିବା ପରିବାର ରାଜ୍ୟ ତଥା ରାଜ୍ୟ ବାହାରର ଅନୁବନ୍ଧିତ ଘରୋଇ ଗୁରୁତର ରୋଗର ଚିକିତ୍ସା ପାଇଁ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଓ ପରିବାରର ମହିଳା ସଦସ୍ୟଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ପାଇପାରିବେ । ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟସେବା’, ‘ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା’ ଓ ‘ଦୁର୍ଗମ ଅଞ୍ଚଳରେ ମାଲେରିଆ ନିରାକରଣ’ (ଦମନ) ଭଳି ୩ଟି ଅଭିଯାନ ପାଇଁ ମୁଁ ଭୂୟସୀ ପ୍ରଶଂସା କରୁଛି । ୭୫୦ କୋଟି ଟଙ୍କା ବ୍ୟୟରେ ୧୪୯ ଟି ସ୍ଵାସ୍ଥ୍ୟ ଅନୁଷ୍ଠାନର ଭିରିଭୂମି ରୂପାନ୍ତରଣ ୯ ମାସର ରେକର୍ଡ ଅବଧି ମଧ୍ୟରେ ସମ୍ପୂର୍ଣ୍ଣ କରିବା ଲକ୍ଷ୍ୟରେ ‘ଆମ ହସ୍ପିଟାଲ’ ଯୋଜନାର ଶୁଭାରମ୍ଭ କରିଛନ୍ତି ।

ସୋମବାର ଠାରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ବିଧାନସଭା ଭିତରେ ପ୍ରବେଶ ପୂର୍ବରୁ ପ୍ରଥମେ ରାଜ୍ୟପାଳ ରଘୁବର ଦାସଙ୍କୁ ଗାର୍ଡ ଅର୍ଫ ଅନର ଦିଆଯାଇଥିଲା । ପରେ ରାଜ୍ୟପାଳ ବିଧାନସଭା ଭିତରେ  ଦିବଂଗତ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିସହ ସହିଦ ଯବାନମାନଙ୍କୁ ମଧ୍ୟ ରାଜ୍ୟପାଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ରାଜ୍ୟପାଳ ନିଜର ଅଭିଭାଷଣ ଆରମ୍ଭ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking