34.1 C
Bhubaneswar
Friday, September 20, 2024
Homeଓଡିଶାବସ୍‌-ବାଇକ୍ ଧକ୍କାରେ ୨ ଯୁବକ ମୃତ

ବସ୍‌-ବାଇକ୍ ଧକ୍କାରେ ୨ ଯୁବକ ମୃତ

ନିଶ୍ଚିନ୍ତକୋଇଲି : କଟକ-ଚାନ୍ଦବାଲି ରାସ୍ତାର ଜହ୍ନିଆଛକ ନିକଟରେ ଏକ ବସ ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ଜହ୍ନିଆଛକ ମାତକତପୁର ନିକଟରେ ଏକ ଟୁରିଷ୍ଟ ଟ୍ରାଭେଲ ବସ ବାଇକ୍ ସହ ମୁହାଁମୁହିଁ ଧକ୍କା ଦେବାରୁ ବାଇକ ଚାଳକ ସମେତ ଦୁଇଜଣ ମୃତ୍ୟୁବରଣ କରିଥିଲେ । ଜଗତସିଂପୁର ଜିଲ୍ଲା ରଘୁନାଥପୁର ଥାନା ଗୋକୁଳପୁର ଗ୍ରାମର ସୁବ୍ରତ ସିଂ(୨୫) ଓ କଟକ ଜିଲ୍ଲା ଟାଙ୍ଗି ଭଗତପୁର ଗ୍ରାମର ବିଶ୍ୱଜିତ ପଣ୍ଡା(୨୪) ନିଶ୍ଚିନ୍ତକୋଇଲି ବଜାରରେ ଥିବା ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରେ କିଛି ଦିନ ହେବ କାର୍ଯ୍ୟ କରୁଥିଲେ ।

ଗତକାଲି ରାତ୍ରର ବିଳମ୍ବିତ ପ୍ରହରରେ ଏହି ଦୁଇ ଜଣ ଭୁବନେଶ୍ୱରରୁ ଏକ ବିବାହ ଭୋଜି ଖାଇସାରି ନିଶ୍ଚିନ୍ତକୋଇଲି ଅଭିମୂଖେ ଆପାଚୀ ବାଇକ୍ ଯୋଗେ ଆସୁଥିଲେ । ତେବେ ଜହ୍ନିଆ ନିକଟରେ ବସ୍ (ଓଡି ୦୧ ବିୱାଇ ୨୧୩୧) ବାଇକ ଉପରେ ଚଢିଯିବା ଦ୍ୱାରା ବାଇକଟି ବସ ଚକାତଳେ ଚାପି ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଲେପରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦୁଇଜଣଙ୍କୁ ନେଇଥିଲେ । ସେଠାରେ ଦୁଇଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଦୁଇ ମୃତ ଦେହକୁ ସାଲେପୁର ପୋଲିସ ବ୍ୟବଛେଦ ପାଇଁ ପଠାଇବା ସହ ସାଲେପୁର ଥାନା କେଶ ନଂ ୫୭/୨୦୨୪ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking