29.6 C
Bhubaneswar
Monday, June 29, 2026
Homeଓଡିଶାଅତିଥି ପ୍ରଶିକ୍ଷକଙ୍କ ଆମରଣ ଅନଶନ

ଅତିଥି ପ୍ରଶିକ୍ଷକଙ୍କ ଆମରଣ ଅନଶନ

ଭୁବନେଶ୍ୱର : ଶୁକ୍ରବାର ଓଡ଼ିଶାର ବିଭିନ୍ନ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ କାର୍ଯ୍ୟରତ ଅତିଥି ପ୍ରଶିକ୍ଷକମାନେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ନ୍ୟାୟ ପାଇଁ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦେଶକଙ୍କ କାର୍ଯ୍ୟାଳୟ ଘେରିଛନ୍ତି ଶତାଧିକ ପ୍ରଶିକ୍ଷକ। ସ୍ଥାୟୀ ନିଯୁକ୍ତି, ଦରମା ଓ ଅନ୍ୟାନ୍ୟ ଦାବି ନେଇ କଟକ ବକ୍ସିବଜାରସ୍ଥିତ ନିର୍ଦେଶକଙ୍କ କାର୍ଯ୍ୟାଳୟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହି ଦାବି ମଧ୍ୟରେ ପୂର୍ବରୁ ଯେଉଁ ଅତିଥି ପ୍ରଶିକ୍ଷକମାନଙ୍କୁ ବହିଷ୍କାର କରାଯାଇଛି, ସେମାନଙ୍କୁ ତୁରନ୍ତ ପୁନଃ ନିଯୁକ୍ତି ପ୍ରଦାନ କରାଯାଉ, ବାର୍ଷିକ କିଛି ଦିନ ଦେୟଯୁକ୍ତ ଛୁଟି ସମେତ ମହିଳା ପ୍ରଶିକ୍ଷକମାନଙ୍କୁ ମାତୃତ୍ବ ଛୁଟି ପ୍ରଦାନ କରାଯାଉ, ପ୍ରଶିକ୍ଷକମାନଙ୍କୁ ମିଳୁଥିବା ଦରମା ଯାହା ପ୍ରତି କ୍ଲାସ୍ ହିସାବରେ ମିଳୁଛି, ତାହାକୁ ମାସିକ ସ୍ଥିର ଦରମା କରିବା ସହଜଣେ ନିୟମିତ ପ୍ରଶିକ୍ଷକଙ୍କ ସର୍ବନିମ୍ନ ଦରମା ଯାହା ତାହା ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ପ୍ରଶିକ୍ଷକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking