32.1 C
Bhubaneswar
Saturday, October 19, 2024
Homeଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନଫେବ୍ରୁଆରିରେ ଓଡିଶା ବିଧାନସଭା ବଜେଟ୍ ଅଧିବେଶନ

ଫେବ୍ରୁଆରିରେ ଓଡିଶା ବିଧାନସଭା ବଜେଟ୍ ଅଧିବେଶନ

ଭୁବନେଶ୍ୱର : ବିଧାନସଭାର ବଜେଟ୍ ଅଧିବେଶନ ଫେବ୍ରୁଆରି ୫ତାରିଖରୁ ଆରମ୍ଭ ହୋଇ ଫେବ୍ରୁଆରି ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ଫେବ୍ରୁଆରି ୫ ତାରିଖରେ ଅଧିବେଶନର ଉଦଘାଟନୀ ଦିବସରେ ରାଜ୍ୟପାଳ ରଘୁବର ଦାସ ଉଦବୋଧନ ଦେବେ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ବିତର୍କ ଫେବ୍ରୁଆରି ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୪-୨୦୨୫ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ ଆସନ୍ତା ଫେବ୍ରୁଆରି ୮ ତାରିଖରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ। ଏହା ହେଉଛି ଷୋଡ଼ଶ ଓଡ଼ିଶା ବିଧାନସଭାର ଶେଷ ଅଧିବେଶନ, କାରଣ ରାଜ୍ୟରେ ସାଧାରଣ ନିର୍ବାଚନ ସହିତ ୨୦୨୪ ରେ ବିଧାନସଭା ନିର୍ବାଚନ ହେବ । ତେଣୁ ଏଥର ପୂର୍ଣ୍ଣାଙ୍ଗ ବଜେଟ୍ ପରିବର୍ତ୍ତେ ଭୋଟ୍ ଅନ୍ ଆକାଉଣ୍ଟ ରଖିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଉପଯୁକ୍ତ ଢଙ୍ଗରେ ବଜେଟ୍ ପ୍ରସ୍ତୁତ କରିବାକୁ ଅନୁରୋଧ କରିଛନ୍ତି, ଯାହାଦ୍ୱାରା ପାଣ୍ଠିର ଅପବ୍ୟବହାର ନ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking