34.1 C
Bhubaneswar
Friday, September 20, 2024
Homeଦେଶ ବିଦେଶସୋନି ଜି ସହିତ ମିଶ୍ରଣକୁ କରିପାରେ ବନ୍ଦ

ସୋନି ଜି ସହିତ ମିଶ୍ରଣକୁ କରିପାରେ ବନ୍ଦ

ନୂଆଦିଲ୍ଲୀ : ସୋନି ଗ୍ରୁପ୍ କର୍ପ ଏହାର ଇଣ୍ଡିଆ ୟୁନିଟ୍ ଏବଂ ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ମଧ୍ୟରେ ବହୁ ପ୍ରତୀକ୍ଷିତ ମିଶ୍ରଣ ହୋଇପାରେ ବନ୍ଦ । ବ୍ଲୁମବର୍ଗ ରିପୋର୍ଟରେ କୁହାଯାଇଛି ଯେ ସୋନି ମିଶ୍ରିତ ସଂସ୍ଥାକୁ କିଏ ଆଗେଇ ନେବ ସେନେଇ ବିବାଦ ଯୋଗୁଁ ସୋନି ଏହି ଡିଲକୁ ବନ୍ଦ କରିବାକୁ ଯୋଜନା କରୁଛି। ଜି’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପୁନିତ ଗୋଏଙ୍କା ଏହି କମ୍ପାନୀର ନେତୃତ୍ୱ ନେବେ କି ନାହିଁ ଏହାକୁ ନେଇ ଦ୍ୱନ୍ଦ୍ୱ ରହିଛି। ତେବେ ସୋନି ଚାହୁଁ ନାହିଁ ଯେ ଗୋଏଙ୍କା ମିଶ୍ରିତ ସଂସ୍ଥାର ନେତୃତ୍ୱ ନିଅନ୍ତୁ। ବ୍ଲୁମବର୍ଗ ସୂତ୍ରରୁ ଜଣାପଡିଛି ଯେ ସୋନି ଏହି ଚୁକ୍ତିନାମାକୁ ବନ୍ଦ କରିବା ପାଇଁ ଜାନୁଆରୀ ୨୦ ର ବର୍ଦ୍ଧିତ ସମୟସୀମା ପୂର୍ବରୁ ଟର୍ମିନେସନ୍ ନୋଟିସ୍ ଦାଖଲ କରିବାକୁ ଚାହୁଁଛି। ଧାର୍ଯ୍ୟ ସମୟସୀମା ସତ୍ୱେ ମଧ୍ୟ ସମ୍ପୃକ୍ତ ଦଳ ମଧ୍ୟରେ ଆଲୋଚନା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା, ସୋନି କିମ୍ବା ଜି ଆନୁଷ୍ଠାନିକ ଭାବରେ ଅନୁସନ୍ଧାନର କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି, ହିତାଧିକାରୀ ଏବଂ ଶିଳ୍ପ ପର୍ଯ୍ୟବେକ୍ଷକମାନେ ୧୦ ବିଲିୟନ ଡଲାରର ମିଡିଆ ମିଶ୍ରଣ ଉପରେ ଚୂଡ଼ାନ୍ତ ରାୟକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ବିଲିୟନେୟାର ମୁକେଶ ଅମ୍ବାନୀ ୱାଲ୍ଟ ଡିଜନି କୋ ଇଣ୍ଡିଆ ୟୁନିଟ୍ ସହିତ ମିଶ୍ରଣ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ମିଡିଆ ଅଭିଳାଷକୁ ଦୃଢ କରିବାକୁ ଉଦ୍ୟମ କରୁଛନ୍ତି ଏବଂ ଶିଳ୍ପରେ ପ୍ରତିଯୋଗିତାମୂଳକ ଗତିଶୀଳତାକୁ ଆହୁରି ତୀବ୍ର କରି ଦେଇଛନ୍ତି।ପ୍ରସ୍ତାବିତ ସୋନି-ଜି ମିଶ୍ରଣ ୧୦ ବିଲିୟନ ଡଲାରର ମିଡିଆ ପାୱାରହାଉସ୍ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି, ଯାହା ନେଟଫ୍ଲିକ୍ସ ଇନ୍ ଏବଂ ଆମାଜନ ଡଟ୍ ଇନ୍ ଭଳି ଗ୍ଲୋବାଲ୍ ଷ୍ଟ୍ରିମିଂ ଜଏଣ୍ଟକୁ ଚ୍ୟାଲେଞ୍ଜ କରିବାରେ ସକ୍ଷମ ଏବଂ ରିଲାଏନ୍ସ ପରି ଶକ୍ତିସାଳି ମଧ୍ୟ ହେବ। କିନ୍ତୁ, ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ ଜୁନ୍ ମାସରେ ଅଭିଯୋଗ କରିଛି ଯେ ଏହାର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରଙ୍କ ଦ୍ୱାରା ବ୍ୟକ୍ତିଗତ ଆର୍ଥିକ କାରବାର ଲୁଚାଇବା ପାଇଁ ଏବଂ ପଦବୀର ଅପବ୍ୟବହାର କରିବା ସହିତ ପାଣ୍ଠି ଛଡ଼ାଇ ନେଇଥିବାର ଗୋଏଙ୍କ ନାଁରେ ଅଭିଯୋଗ ହୋଇଛି, ଫଳସ୍ୱରୂପ ଗୋଏଙ୍କାଙ୍କୁ ତାଲିକାଭୁକ୍ତ କମ୍ପାନୀଗୁଡିକରେ କାର‌୍ୟ୍ୟନିର୍ବାହୀ କିମ୍ବା ନିର୍ଦ୍ଦେଶକ ନିଯୁକ୍ତିରୁ ବାରଣ କରାଯାଇଛି । ଯଦିଓ ଗୋଏଙ୍କା ଏସଇବିଆଇ ଆଦେଶ ବିରୁଦ୍ଧରେ ଏକ ଅପିଲ୍ କରି କର୍ତ୍ତୃପକ୍ଷଙ୍କଠାରୁ ଏକ ରିଭାଇଭ୍ ହାସଲ କରିଛନ୍ତି । ୨୦୨୧ ଚୁକ୍ତିନାମା ଅନୁଯାୟୀ ସୋନି ପିକ୍ଚର୍ସ ନେଟୱାର୍କ ଇଣ୍ଡିଆ ପିଭିଟି ମିଶ୍ରିତ ମିଡିଆ ଫାର୍ମରେ ୫୦.୮୬% ଧାର‌୍ୟ୍ୟ କରିଥିବାବେଳେ ଗୋଏଙ୍କାଙ୍କ ପରିବାର ୩.୯୯% ପାଇଥାନ୍ତେ। ପ୍ରାୟ ସମସ୍ତ ନିୟାମକ ଅନୁମୋଦନ ସତ୍ୱେ, ପ୍ରସ୍ତାବିତ ମିଶ୍ରଣ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଭାରତରେ ସୋନିଙ୍କ ଉପସ୍ଥିତିକୁ ବହୁଗୁଣିତ କରିଥାନ୍ତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking