ରାହୁଲଙ୍କ ‘ଭାରତ ବିରୋଧି ମନ୍ତବ୍ୟ ସିରିଜ୍’ରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି
ଭାରତବର୍ଷର ଗଣତନ୍ତ୍ର ଓ ବୈଶିଷ୍ଠତାଠାରୁ ଆରମ୍ଭ କରି ସଂସ୍କୃତି ଏବଂ ପରମ୍ପରାକୁ ନିନ୍ଦା ଓ ଅପମାନ କରିବା ରାହୁଲଙ୍କ ଅଭ୍ୟାସରେ ପରିଣତ ହୋଇଛି
ନିଜର ବିଚ୍ଛନତାବାଦୀ ମାନସିକତାର ପରିଚୟ ଦେଇଛି କଂଗ୍ରେସ
ପୂର୍ବ ଦଶନ୍ଧିରେ ଭାରତକୁ ଖଣ୍ଡବିଖଣ୍ଡିତ କରିବା ପାଇଁ ଏହି ଦଳ ଅନେକ ଷଡ଼ଯନ୍ତ୍ର କରିଥିଲା
ସମଗ୍ର ବିଶ୍ୱ ଏବେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଭାରତବର୍ଷର ସଂସ୍କୃତି, ଅଖଣ୍ଡତା, ସଭ୍ୟତା ଓ ସାମ୍ପ୍ରଦାୟିକ ସଦ୍ଭାବକୁ ସ୍ୱୀକାର କରିଛି
ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ କରତାର ସାହେବ କରିଡର,ବୀରବାଲ ଦିବସ,କିମ୍ବା ଶିଖ୍ ସମ୍ପଦ୍ରାୟର ୩୦୦ ବର୍ଷ ପୂର୍ତି ଉପଲକ୍ଷେ ବିଶ୍ୱରେ ଉତ୍ସବ ମନାଯିବା ଭଳି କାର୍ଯ୍ୟ ହୋଇଛି
ଭୁବନେଶ୍ୱର : ଯଶସ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିକାଶ ଶିଖରକୁ ଦୃତ ଗତିରେ ଅଗ୍ରସର ହେଉଥିବାବେଳେ ସଂସଦର ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ରାହୁଲ ଗାନ୍ଧୀ ଏଥିରେ ଅନ୍ତରାୟ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ଗତ ସପ୍ତାହରେ ରାହୁଲ ଗାନ୍ଧୀ ବିଦେଶ ଗସ୍ତରେ ଥିଲାବେଳେ ଭାରତ ଓ ଭାରତୀୟ ସମ୍ପ୍ରଦାୟ ବିରୋଧରେ ଯେଉଁଭଳି ଭାବେ ହୀନ ମନ୍ତବ୍ୟ ଦେଇଥିଲେ, ତାହା ଅତ୍ୟନ୍ତ ଦୁର୍ଭାଗ୍ୟ ଏବଂ ଲଜ୍ଜାଜନକ । ଏହା ରାହୁଲଙ୍କ ଭାରତ ବିରୋଧି ମନ୍ତବ୍ୟ ସିରିଜ୍ରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ଦେଇଛି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଡା. ଯତୀନ୍ ମହାନ୍ତି କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡା.ମହାନ୍ତି କହିଛନ୍ତି ଯେ, ବିଦେଶରେ ଥିଲାବେଳେ ଭାରତ ବିରୋଧରେ ମନ୍ତବ୍ୟ ଦେବା, ଏହାର ଗଣତନ୍ତ୍ର ଓ ବୈଶିଷ୍ଠତାଠାରୁ ଆରମ୍ଭ କରି ସଂସ୍କୃତି ଏବଂ ପରମ୍ପରାକୁ ନିନ୍ଦା କରିବା ରାହୁଲଙ୍କ ଅଭ୍ୟାସରେ ପରିଣତ ହୋଇଯାଇଛି । ବିଦେଶ ଗସ୍ତରେ ଥିବା ଶ୍ରୀ ଗାନ୍ଧୀ ଶିଖ୍ ସମ୍ପ୍ରଦାୟ ବିରୋଧରେ ବକ୍ତବ୍ୟ ଦେଇ ସେମାନଙ୍କ ସ୍ୱାଭିମାନ, ବଳିଦାନ, ବିରତ୍ୱକୁ ଅପମାନିତ କରିଛନ୍ତି । ଏହା କେବଳ ଶିଖ୍ ସଂପ୍ରଦାୟ ଭାଇ ଭଉଣୀଙ୍କୁ ନୁହେଁ, ବରଂ ସମଗ୍ର ଭାରତବର୍ଷକୁ ଲଜ୍ଜିତ କରିଛି । ଏଭଳି ମନ୍ତବ୍ୟ ତାଙ୍କର ତୁଚ୍ଛ ମାନସିକତାର ପରିଚୟ ଦେଇଛି ବୋଲି ଡା.ମହାନ୍ତି କହିଛନ୍ତି ।
ରାହୁଲଙ୍କ ପାରିବାରିକ ସମ୍ପର୍କ ଇଟାଲି, କଲୋମ୍ବିଆ,ସ୍ପେନ, ଥାଇଲାଣ୍ଡ ସହ ଥାଇପାରେ । କିନ୍ତୁ ଭାରତ ଏକ ଭିନ୍ନ ରାଷ୍ଟ୍ର ଏବଂ ସଭ୍ୟତାର ଏନ୍ତୁଡ଼ିଶାଳ । ଏଠାରେ ବସବାସ କରୁଥିôବା ପ୍ରତ୍ୟେକ ନାଗରିକ ଜଣେ ଜଣେ ଗର୍ବିତ ସୁସନ୍ତାନ । ଭାରତର ସଂସ୍କୃତି, ପରମ୍ପରା, ଐତିହ୍ୟକୁ ସମୃଦ୍ଧ କରିବାରେ ସେମାନଙ୍କର ବଡ଼ ଭୂମିକା ରହିଛି । ମାତ୍ର ଶ୍ରୀ ରାହୁଲଙ୍କ ଏଭଳି ମନ୍ତବ୍ୟ ଦ୍ୱାରା କଂଗ୍ରେସର ପ୍ରକୃତ ଚେହେରା ପଦାରେ ପଡ଼ିଯାଇଛି । ପୂର୍ବ ଦଶନ୍ଧିରେ ଭାରତକୁ ଖଣ୍ଡବିଖଣ୍ଡିତ କରିବା ପାଇଁ ଏହି ଦଳ ଅନେକ ଷଡ଼ଯନ୍ତ୍ର କରିଥିଲା । ଆଜି ମଧ୍ୟ ଏଭଳି କାର୍ଯ୍ୟରୁ କଂଗ୍ରେସ ଦଳ ନିବୃତ ହୋଇପାରିନାହିଁ । ରାହୁଲଙ୍କ ପରିବାରର ପୂର୍ବପୁରୁଷମାନେ ମଧ୍ୟ ଦେଶକୁ ବିଭାଜିତ କରିବା ପାଇଁ ଅନେକଥର ହୀନ ପ୍ରୟାସ କରିଛନ୍ତି । ଏବେ ରାହୁଲ ମଧ୍ୟ ସେମାନଙ୍କ ପଥ ଅନୁସରଣ କରୁଛନ୍ତି । ଏଭଳି କାର୍ଯ୍ୟରୁ ରାହୁଲ ଓ ତାଙ୍କ ଦଳ କ୍ଷାନ୍ତ ରୁହନ୍ତୁ ବୋଲି ଡା.ମହାନ୍ତି କହିଛନ୍ତି ।
ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ଭାରତର ଭବିଷ୍ୟତ ଗଢ଼ିବା ପାଇଁ ପ୍ରୟାସ କରୁଛି । ଏଥିରେ ଶିଖ୍ ସମ୍ପ୍ରଦାୟର ଏକ ଗୁରୁ୍୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଏନେଇ ରାହୁଲ ଓ ତାଙ୍କ ଦଳକୁ ଭଗବାନ ସଦ୍ବୃଦ୍ଧି ଦିଅନ୍ତୁ । ରାହୁଲ ଆଜିକାଲି ଆଉ ପପୁ ହୋଇ ରହିନାହାନ୍ତି ବୋଲି ତାଙ୍କ ରାଜନୈତିକ ଗୁରୁ ଶ୍ୟାମ୍ ପିଟ୍ରୋଡା କହିଥିଲେ । ଏହାର ଅର୍ଥ ରାହୁଲ ଆଜି ପର୍ଯ୍ୟନ୍ତ ପପୁ ଥିଲେ ଏବଂ ଆଜି ପର୍ଯ୍ୟନ୍ତ ତାଙ୍କର ପପୁ ଗୁଣ ଯାଇନାହିଁ । ବିଦେଶେରେ ଭାରତକୁ ବଦ୍ନାମ କରିବାର ପ୍ରୟାସରୁ ରାହୁଲ ଗାନ୍ଧୀ ନିବୃତ ରୁହନ୍ତୁ ।
ସମଗ୍ର ବିଶ୍ୱ ଏବେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଭାରତବର୍ଷର ସଂସ୍କୃତି, ଅଖଣ୍ଡତା, ସଭ୍ୟତା ଓ ସାମ୍ପ୍ରଦାୟିକ ସଦ୍ଭାବକୁ ସ୍ୱୀକାର କରିଛି । ଏଭଳି ସ୍ଥିତିରେ ଭାରତକୁ ପୁନର୍ବାର ପଛକୁ ଠେଲିଦେବା ପାଇଁ କଂଗ୍ରେସ ଯେଉଁଭଳି ଅପଚେଷ୍ଠା କରୁଛି ତାହାକୁ ଲୋକେ ଜାଣିସାରିଲେଣି । ଏଥିଯୋଗୁ ଗତ ୩ଟି ନିର୍ବାଚନରେ ଲୋକେ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି । କଂଗ୍ରେସ ଦଳର ଏଭଳି ମାନସିକତା ହିଁ ଏଥିପାଇଁ ଦାୟୀ । ଭାରତ ଏକ ଓ ଅଭିନ୍ନ । ଏଥିରେ କୌଣସି ପ୍ରକାର ଧାର୍ମିକ କଟକଣା ଆଜି ପର୍ଯ୍ୟନ୍ତ ନାହିଁ କିମ୍ବା ଆଗାମୀ ଦିନରେ ରହିବ ନାହିଁ । ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ କରତାର ସାହେବ କରିଡର ହେଉ ଅବା ବୀରବାଲ ଦିବସ କିମ୍ବା ଶିଖ୍ ସମ୍ପଦ୍ରାୟର ୩୦୦ ବର୍ଷ ପୂର୍ତି ଉପଲକ୍ଷେ ବିଶ୍ୱରେ ଉତ୍ସବ ମନାଯିବା ଭଳି କାର୍ଯ୍ୟ ହୋଇଛି । ଏହା ବିଜେପିର ବଳିଷ୍ଠ ନେତୃତ୍ୱ ଯୋଗୁ ହିଁ ସମ୍ଭବ ହୋଇପାରିଛି । ତେଣୁ କଂଗ୍ରେସ ନିଜର ସ୍ଥିତିକୁ ସମୀକ୍ଷା କରି ଏଭଳି ଭାରତ ବିରୋଧି ମନ୍ତବ୍ୟରୁ ଦୂରେଇ ରହିବାକୁ ଶ୍ରୀ ମହାନ୍ତି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲ୍ଲୀପ ମଲ୍ଲିକ ଉପସ୍ଥିତ ଥିଲେ ।