30.1 C
Bhubaneswar
Saturday, October 5, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ଟ୍ରକ୍ ଡ୍ରାଇଭର ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ଟ୍ରକ୍ ଡ୍ରାଇଭର ମୃତ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ୨୦ ଫୁଟ ତଳକୁ ଓଲଟିଲା ୨ ଟି ଟ୍ରକ୍ । ଘଟଣାରେ ଗୋଟିଏ ଟ୍ରକ୍ ରେ ନିଆଁ ଲାଗିଯିବାରୁ ଜଣେ ଡ୍ରାଇଭର ଜିଅନ୍ତା ଜଳି ଯାଇଥିବାବେଳେ, ଅନ୍ୟ ଏକ ଟ୍ରକ ଡ୍ରାଇଭର ଟ୍ରକ୍ ତଳେ ଚାପି ହୋଇଥିବା ଯୋଗୁ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ଆଜି ସକାଳ ସମୟରେ ବାଙ୍ଗିରିପୋଷି ଘାଟିରେ ତେଲ ଟ୍ୟାଙ୍କର ଓ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା । ଉଭୟ ଟ୍ରକ୍ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିପଡିଥିଲେ । ତେବେ ଏହି ସମୟରେ ତେଲ ଟ୍ୟାଙ୍କର ରେ ନିଆଁ ଲାଗିଯାଇଥିଲା । ଏଥିରେ ଥିବା ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଛନ୍ତି । ଅନ୍ୟ ଟ୍ରକ ଡ୍ରାଇଭରଙ୍କର ପତ୍ତା ମିଳିନଥିଲା ,ପରେ ତାଙ୍କୁ ଟ୍ରକ୍ ତଳୁ ଉଦ୍ଧାର କରାଯାଇଥିଲା ହେଲା ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking