29.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶମୁଁ କାହିଁକି ବେଆଇନ ଡାକରା ପାଳନ କରିବି: ଅରବିନ୍ଦ କେଜ୍ରିୱାଲ

ମୁଁ କାହିଁକି ବେଆଇନ ଡାକରା ପାଳନ କରିବି: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଇଡିର ଜେରା ପ୍ରସଙ୍ଗରେ ମୁହଁ ଖୋଲିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି ଯେ କୌଣସି ଘୋଟାଲା ହୋଇନାହିଁ। ଏହି ସମନ ବେଆଇନ ଅଟେ  । ‘ମୋ ଓକିଲ ମୋତେ ଏହା କହିଛନ୍ତି। ସିଏମ କେଜ୍ରିୱାଲ ବିଜେପି ଉପରେ ଆକ୍ରମଣ କରି କହିଛନ୍ତି ଯେ ବିଜେପିର ଉଦ୍ଦେଶ୍ୟ ତଦନ୍ତ ନୁହେଁ। ବିଜେପି ମୋତେ ବଦନାମ କରିବାକୁ ଚାହୁଁଛି। ସେ ମୋର ସଚ୍ଚୋଟତା ଉପରେ ଆକ୍ରମଣ କରିବାକୁ ଚାହୁଁଛି  । ମୁଁ ଇଡିକୁ କହିଥିଲି ଯେ ସମନ ବେଆଇନ ଅଟେ। ମୁଁ କାହିଁକି ବେଆଇନ ଡାକରା ପାଳନ କରିବି? ଯଦି ଆଇନଗତ ହାଜର ହେବାକୁ ପଡେ ନିଶ୍ଚିତ ସହଯୋଗ କରିବି ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ  ।

ସେ କହିଛନ୍ତି ଯେ ‘‘ଲୋକସଭା ନିର୍ବାଚନ ପୂର୍ବରୁ ମୋତେ ଡକାଯାଉଛି। ସିବିଆଇ ମୋତେ ୮ ମାସ ପୂର୍ବରୁ ଡାକିଥିଲା, ମୁଁ ଯାଇଥିଲି  । ଏବେ ଲୋକସଭା ନିର୍ବାଚନ ପୂର୍ବରୁ ଡାକରା ଦେଇଛନ୍ତି। ବିଜେପିର ଉଦ୍ଦେଶ୍ୟ ହେଉଛି ପ୍ରଶ୍ନର ବାହାନା କରି ମୋତେ ଡାକିବା ଏବଂ ଗିରଫ କରିବା । ଯାହାଫଳରେ ମୁଁ ଲୋକସଭା ନିର୍ବାଚନରେ ​​ପ୍ରଚାର କରିପାରିବି ନାହିଁ।’’

ଦିଲ୍ଲୀ ସିଏମ କହିଛନ୍ତି ଯେ ବିଜେପି ଅନ୍ୟ ଦଳର ନେତାଙ୍କ ବିରୋଧରେ ଇଡି ଏବଂ ସିବିଆଇ ତଦନ୍ତ କରାଉଛନ୍ତି  । ପରେ ସେମାନଙ୍କୁ ବିଜେପିରେ ସାମିଲ କରି ଦିଆଯାଉଛି  । ଯିଏ ବିଜେପିରେ ଯୋଗ ଦେଉନାହାଁନ୍ତି ସେ ଜେଲକୁ ଯାଆନ୍ତି। ଯଦି ମନୀଷ ସିସୋଦିଆ, ସଞ୍ଜୟ ସିଂ ଏବଂ ବିଜୟ ନାୟାର ବିଜେପିରେ ଯୋଗ ଦେଉ ନାହାଁନ୍ତି ବୋଲି ଏବେ ଜେଲରେ ଅଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking