26.1 C
Bhubaneswar
Friday, September 20, 2024
Homeଦେଶ ବିଦେଶକର୍ଣ୍ଣାଟକରେ ମାଡୁଛି କୋରୋନା; ସଂକ୍ରମିତଙ୍କ ପାଇଁ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ

କର୍ଣ୍ଣାଟକରେ ମାଡୁଛି କୋରୋନା; ସଂକ୍ରମିତଙ୍କ ପାଇଁ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ

ବେଙ୍ଗାଲୁରୁ: କୋଭିଡ ସଂକ୍ରମଣ ରୋକିବାକୁ ଆକ୍ସନ ମୋଡ୍ରେ କର୍ଣ୍ଣାଟକ ସରକାର । କୋରୋନାର ନୂଆ ଭାରିଆଣ୍ଟ ଜେଏନ୧ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଲର୍ଟ ମୋଡକୁ ଆସିଲେ ସରକାର । ତେବେ ଗତକାଲି(ମଙ୍ଗଳବାର) କ୍ୟାବିନେଟ ସବ୍ କମିଟି ବୈଠକ ବସିଥିବା ବେଳେ ରାଜ୍ୟ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ତେବେ ଦୀର୍ଘଦିନ ପରେ ଦେଶର ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକକୁ ପୁଣି ଫେରିଛି କ୍ୱାରେଣ୍ଟାଇନ । ଏହାସହ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟୀ ରଖିବା ସହିତ କୋଭିଡ ପଜିଟିଭ ଚିହ୍ନଟ ହେଲେ ସାତ ଦିନ ଯାଏଁ କ୍ୱାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।

ତେବେ ମଙ୍ଗଳବାର ବସିଥିବା ବୈଠକରେ ବିଶେଷକରି ଟିକାକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ତେବେ ଏଥିପାଇଁ କର୍ଣ୍ଣାଟକ ସରକାର କେନ୍ଦ୍ର ଠାରୁ ୩୦ ହଜାର ଡୋଜ କିଣିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍‌ତୁ ରାଓ କହିଛନ୍ତି, “ଆଗକୁ ନୂଆ ବର୍ଷ ଆସୁଥିବା ବେଳେ ସେଲିବ୍ରେସନ ଉପରେ ସରକାରଙ୍କ ପକ୍ଷରୁ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ । ଯଦି ଆବଶ୍ୟକ ହୁଏ ଏନେଇ ନିର୍ଦ୍ଦେଶାବଳୀ ଜାରି କରାଯିବ । ତେବେ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, “ଯଦି କୌଣସି ବ୍ୟକ୍ତି କୋଭିଡରେ ଆକ୍ରାନ୍ତ ହେଉଛନ୍ତି, ତାହାଲେ ହସ୍ପିଟାଲରେ ଭର୍ତ୍ତି ହେବା କୌଣସି ବାଧ୍ୟତାମୂଳକ ନୁହେଁ ।

ଏକ ସପ୍ତାହ ପର୍ଯ୍ୟନ୍ତ ଘରେ ଆଇସୋଲେଟରେ ରହିପାରିବେ । ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ସରକାରୀ କିମ୍ବା ବେସରକାରୀ ସଂସ୍ଥାରେ ଚାକିରି କରୁଥିଲେ ମଧ୍ୟ ୭ ଦିନର ଛୁଟି ପ୍ରଦାନ କରାଯିବ । ଅନ୍ୟପଟେ ଯେଉଁ ସଂକ୍ରମିତ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି, ସେମାନଙ୍କ ଛୁଟିରେ ବୃଦ୍ଧି କରାଯିବ । ଏନେଇ ଆଗାମୀ ଦିନରେ ଗାଇଡଲାଇନ୍ ଜାରି କରାଯିବ । ଅନ୍ୟପଟେ ଆନ୍ତଃରାଜ୍ୟ ପରିଭ୍ରମଣ ଉପରେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ । ଥଣ୍ଡା, କାଶ, ଜ୍ୱର ହୋଇଥିଲେ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ଆସିବା ପାଇଁ ବାରଣ କରାଯାଇଛି । ସେହପରି ବରିଷ୍ଠ ନାଗରିକ ଏବଂ ସଂକ୍ରମିତଙ୍କୁ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking