ରାଉରକେଲା : ଆରଏସପି କର୍ତ୍ତୃପକ୍ଷ ପାଣି ସମସ୍ଯାକୁ ସମାଧାନ ନେଇ ଆନ୍ତରିକତା ଦେଖାଉ ନାହାଁନ୍ତି। ଏଥର କାର୍ଯ୍ୟ ନ ହେଲେ ଟାଉନ ଇଞ୍ଜିନିୟରିଂ ଘେରାଉ ନେଇ ଚେତାବନୀ ଦିଆ ଯାଇଛି। ଜନନୀ ସମ୍ପର୍କ ଅଭିଯାନ ମାଧ୍ୟମରେ ପ୍ରଶାନ୍ତ ସେଠୀ ବସ୍ତି ର ସମସ୍ଯା ଜାଣିବା ପରେ ଏହା ର ସମାଧାନ ନେଇ ଆରଏସପି କର୍ତ୍ତୃପକ୍ଷ ଙ୍କୁ 6 ମାସ ଧରି ବାରମ୍ବାର ଭେଟି ଜଣାଇବା ପରେ ମଧ୍ୟ ଖାଲି ଶୁଖିଲା ପ୍ରତିଶୃତି ମିଳୁଛି। ତେଣୁ ଆଜି କିଛି ବସ୍ତି ବାସିନ୍ଦା ଓ ସମର୍ଥକଙ୍କୁ ଧରି ପ୍ରଶାନ୍ତ ସହର ପ୍ରଶାସକ ପ୍ରତାପ କୁମାର ସ୍ବାଇଁ ଙ୍କୁ ସମସ୍ଯା ବାବଦରେ ଜଣାଇଥିଲେ।ସେ ସେମାନଙ୍କୁ ଏହି ସମସ୍ଯା ନେଇ ଟାଉନ ଇଞ୍ଜିନିୟରିଂ ବିଭାଗ ର ଜିଏମ ଈନଚାର୍ଜ ବିଜୟ କୁମାର ଯୋଯୋ ଙ୍କୁ ଭେଟିବା ପାଇଁ କହିଥିଲେ। ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ର ସେକ୍ଟର 1 ଅଞ୍ଚଳ ର ଏଚ ବ୍ଲକ କଲ୍ୟାଣୀ ବସ୍ତି ଏବଂ ଗଞ୍ଜୁ ବସ୍ତି ରେ ଦୀର୍ଘ ଦିନ ହେବ ସୋଲାର ପମ୍ପ ଚାଳିତ ପାଣି ସିଷ୍ଟମ ଲଗାଯାଇଥିବା ସତ୍ୱେ ଏଠାରେ ଆଜି ପର୍ଯ୍ୟନ୍ତ ପାଣି ଆସୁନାହିଁ |
ସେହିପରି ଅନେକ ବସ୍ତ୍ରି ରେ ସମାନ ପାଣି ସମସ୍ୟା ଉପୁଜୁଥିବା ନେଇ ବାରମ୍ବାର ଅଭିଯୋଗ ବସ୍ତି ବାସିନ୍ଦା କରୁଛନ୍ତି। ମାତ୍ର କର୍ତ୍ତୃପକ୍ଷ ନିଦାବିଷ୍ଣୁ ସାଜିଛନ୍ତି। ସେକ୍ଟର -2 ବି ବ୍ଲକ ରେ ଡ୍ରେନ ସମସ୍ୟା ଥିବାରୁ ପିଇବା ପାଣି ରେ ଡ୍ରେନ ପାଣି ମିଶି ଆସୁଥିବାରୁ ସ୍ଥାନୀୟ ଲୋକ ପିଇବା ପାଣି ନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି |ଆଜି ଏହି ସମସ୍ୟା କୁ ଟାଉନ ଇଞ୍ଜିନିୟରିଂ ବିଭାଗ ର ବରିଷ୍ଠ ଇଞ୍ଜିନିୟର ମାନେ ସମବେତ ହୋଇ ପ୍ରଶାନ୍ତ ସେଠୀ ଙ୍କ ସହ ଆଲୋଚନା କରିଥିଲେ। ଅତିଶୀଘ୍ର 15 ଦିନ ମଧ୍ୟରେ ଏହା ର ସମାଧାନ ହୋଇଯିବା ନେଇ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଏହି ସମୟ ମଧ୍ୟରେ ସମାଧାନ ନ ହେଲେ ବସ୍ତି ବାସିନ୍ଦା ଙ୍କୁ ନେଇ ସହର ଇଞ୍ଜିନିୟରିଂ ବିଭାଗ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲିି ପ୍ରଶାନ୍ତ ଦୃଢୋକ୍ତି ପ୍ରକାଶ କରିଥିଲେ।