34.1 C
Bhubaneswar
Friday, September 20, 2024
Homeଦେଶ ବିଦେଶସୂର୍ଯ୍ୟକୁ ଦେଖିଲା ‘ଆଦିତ୍ୟ-ଏଲ୍‌ ୧’

ସୂର୍ଯ୍ୟକୁ ଦେଖିଲା ‘ଆଦିତ୍ୟ-ଏଲ୍‌ ୧’

ବେଙ୍ଗାଲୁରୁ: ଆଜି ‘ଇସ୍ରୋ’ ଭାରତୀୟ ସୌରଯାନ ‘ଆଦିତ୍ୟ-ଏଲ୍‌୧’ର ଦ୍ବିତୀୟ ଉପକରଣ ‘ଆଦିତ୍ୟ ସୋଲାର୍‌ ୱିଣ୍ଡ୍‌ ପାର୍ଟିକ୍ଲ୍‌ ଏକ୍ସପେରିମେଣ୍ଟ୍‌’କୁ (ଏଏସ୍‌ପିଇଏକ୍ସ୍‌) ସକ୍ରିୟ କରିବା ପରେ ତାହା କାର୍ଯ୍ୟକ୍ଷମ ହୋଇଥିବା କଥା ସୂଚନା ଦେଇଛି।ଏବେ ‘ଆଦିତ୍ୟ-ଏଲ୍‌୧’ ରହସ୍ୟମୟ ସୌର ପବନ ଉପରେ ଧ୍ୟାନନିବେଶ କରିଛି ବା ସୂର୍ଯ୍ୟକୁ ଦେଖିପାରିଛି।

‘ଏଏସ୍‌ପିଇଏକ୍ସ୍‌’ ପ୍ଲେଲୋଡ୍‌ରେ ‘ସୋଲାର୍‌ ୱିଣ୍ଡ୍‌ ଆଇଅନ୍‌ ସ୍ପେକ୍ଟୋମିଟର୍‌ (ସ୍ବିସ୍‌) ଓ ‘ସୁପ୍ରାଥର୍ମାଲ୍‌ ଆଣ୍ଡ୍‌ ଏନର୍ଜେଟିକ୍‌ ପାର୍ଟିକ୍ଲ ସ୍ପେକ୍ଟୋମିଟର୍‌’ (ଷ୍ଟେପ୍‌ସ୍‌) ସମେତ ଅତ୍ୟାଧୁନିକ ଯନ୍ତ୍ରପାତି ଥିବା ନିର୍ବିଘ୍ନରେ କାର୍ଯ୍ୟ କରୁଛି ବୋଲି ‘ଇସ୍ରୋ’ କହିଛି।

‘ଇସ୍ରୋ’ କହିଛି, ନଭେମ୍ବର ୨ ତାରିଖରେ ସକ୍ରିୟ କରାଯାଇଥିବା ‘ସ୍ବିସ୍‌’ ଉପକରଣ ‘ସୋଲାର୍‌ ୱିଣ୍ଡ୍‌ ଆଇଅନ୍‌’, ବିଶେଷକରି ‘ପ୍ରୋଟନ୍‌’ ଓ ‘ଆଲ୍‌ଫା’ କଣିକା ମାପି ଥିବାରୁ ସୂର୍ଯ୍ୟକୁ ଦେଖିପାରୁଥିବା କଥା ପ୍ରମାଣ କରିଛି। ପ୍ରତ୍ୟେକର ୩୬୦ ଡିଗ୍ରି ଅଞ୍ଚଳ ଦେଖି ହେବା ଭଳି ‘ସ୍ବିସ୍‌’ରେ ଲାଗିଥିବା ଦୁଇଟି ‘ସେନ୍‌ସର୍‌ ୟୁନିଟ୍‌’ ସୌର ପବନ ବିଷୟରେ ପୁଙ୍ଖାନୁପୁଙ୍ଖ ତଥ୍ୟ ମଧ୍ୟ ଦେଉଛି।

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୨ ତାରିଖରେ  ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଦ୍ବୀପସ୍ଥିତ ସତୀଶ ଧୱନ୍‌ ସ୍ପେସ୍‌ ସେଣ୍ଟର୍‌ରୁ ଭାରତର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ-ଏଲ୍‌୧’ ମହାକାଶକୁ ଉତ୍‌କ୍ଷେପଣ କରାଯାଇଥିଲା।

୧୨୫ରୁ ଊର୍ଦ୍ଧ୍ବ ଦିନ ପରେ ପୃଥିବୀ ଠାରୁ ୧.୫ ନିୟୁତ କିଲୋମିଟର୍‌ ଯାତ୍ରା କରିଥିବା ଏହି ମହାକାଶଯାନ ସୂର୍ଯ୍ୟର ନିକଟତମ ବୋଲି ବିବେଚନା କରାଯାଉଥିବା ‘ଲାଙ୍ଗ୍ରାଜିଆନ୍‌ ପଏଣ୍ଟ୍‌ ଏଲ୍‌୧’ ଚତୁଃପାର୍ଶ୍ବରେ ଥିବା ଗୋଟାଏ ଫାଙ୍କା କକ୍ଷପଥରେ ସ୍ଥାପନ ହେବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking