34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶସ୍ୱଚ୍ଛ ଭାରତ ଅଭିଯାନର ସଫଳତା ହିଁ ଏହାର ପ୍ରେରଣା: ମୋଦି

ସ୍ୱଚ୍ଛ ଭାରତ ଅଭିଯାନର ସଫଳତା ହିଁ ଏହାର ପ୍ରେରଣା: ମୋଦି

ନୂଆଦିଲ୍ଲୀ: ଆଜି ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଯେମିତି ସ୍ୱଚ୍ଛ ଭାରତ ଅଭିଯାନର ସଫଳତା ହିଁ ଏହାର ପ୍ରେରଣା ପାଲଟିଛି, ସେହିଭଳି ଭୋକାଲ୍ ଫର୍ ଲୋକାଲର ସଫଳତା ବିକଶିତ ଭାରତ – ସମୃଦ୍ଧ ଭାରତର ଦ୍ୱାର ଉନ୍ମୁକ୍ତ କରୁଛି। ସେ କହିଛନ୍ତି, ଭୋକାଲ୍ ଫର୍ ଲୋକାଲ୍ ର ଏହି ଅଭିଯାନ ସାରା ଦେଶର ଅର୍ଥନୀତିକୁ ଦୃଢ଼ତା ପ୍ରଦାନ କରୁଛି। ଭୋକାଲ୍ ଫର୍ ଲୋକାଲ୍ ଅଭିଯାନ ହେଉଛି ରୋଜଗାରର ଗ୍ୟାରେଂଟି।

ଏହା ହେଉଛି ବିକାଶର ଗ୍ୟାରେଣ୍ଟି, ଏହି ଦେଶର ସନ୍ତୁଳିତ ବିକାଶର ଗ୍ୟାରେଣ୍ଟି। ଏହାଦ୍ୱାରା ସହରୀ ଏବଂ ଗ୍ରାମାଞ୍ଚଳର ଲୋକେ ଉଭୟେ ସମାନ ସୁଯୋଗ ପାଉଛନ୍ତି। ଏହାଦ୍ୱାରା ସ୍ଥାନୀୟ ଉତ୍ପାଦିତ ବସ୍ତୁଗୁଡ଼ିକ ମୂଲ୍ୟଯୁକ୍ତ ହେବାର ମାର୍ଗ ମଧ୍ୟ ପ୍ରଶସ୍ତ ହେଉଛି। ଆଉ, ଯଦି ବିଶ୍ୱ ଅର୍ଥନୀତିରେ କିଛି ପରିବର୍ତ୍ତନ ହେଉଛି, ସେତେବେଳେ ଭୋକାଲ୍ ଫର୍ ଲୋକାଲ୍ ର ମନ୍ତ୍ର ଆମ ଅର୍ଥନୀତିକୁ ସୁରକ୍ଷା ମଧ୍ୟ ପ୍ରଦାନ କରୁଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ନିର୍ମିତ ବସ୍ତୁଗୁଡ଼ିକ ପ୍ରତି ଏହି ଭାବନା କେବଳ ପର୍ବପର୍ବାଣୀ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ। ବାହାଘର ଋତୁ ଆରମ୍ଭ ହୋଇସାରିଛି। କିଛି ବ୍ୟବସାୟ ସଂଗଠନ ଏହା ଅନୁମାନ କରୁଛନ୍ତି ଯେ, ଏହି ସମୟରେ ପ୍ରାୟ ୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହୋଇପାରେ। ବାହାଘର ପାଇଁ କିଣାକିଣି ସମୟରେ ମଧ୍ୟ ଆପଣମାନେ ଭାରତରେ ତିଆରି ଜିନିଷ କିଣିବା ଉପରେ ହିଁ ଗୁରୁତ୍ୱ ଦିଅନ୍ତୁ। ସେ କହିଛନ୍ତି, ଆଜିକାଲି କିଛି ପରିବାର ଦ୍ୱାରା ବିଦେଶକୁ ଯାଇ ବିବାହ କରିବାର ପରମ୍ପରା ସୃଷ୍ଟି ହୋଇଚାଲିଛି।

ତେବେ ଏଭଳି କରିବା କ’ଣ ନିହାତି ଜରୁରୀ ସେ ପ୍ରଶ୍ନ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ଭାରତ ମାଟିରେ, ଭାରତର ଲୋକଙ୍କ ଗହଣରେ ଯଦି ଆମେ ବିବାହ ଉତ୍ସବ ପାଳନ କରିବା, ତାହେଲେ ଦେଶର ଧନ ଦେଶ ଭିତରେ ହିଁ ରହିବ। ଦେଶର ଲୋକେ ଆପଣଙ୍କ ବିବାହୋତ୍ସବରେ କିଛି ନା କିଛି ସେବା କରିବାର ସୁଯୋଗ ପାଇବେ। କ୍ଷୁଦ୍ର, ଗରିବ ଲୋକେ ମଧ୍ୟ ଆପଣଙ୍କ ବିବାହୋତ୍ସବ କଥା ନିଜ ପିଲାମାନଙ୍କୁ କହିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking