26.1 C
Bhubaneswar
Wednesday, January 15, 2025
Homeସ୍ୱାସ୍ଥ୍ୟଶୀତଦିନେ ଖାଆନ୍ତୁ ଏହି ଶାଗ : ମଧୁମେହ, ହୃଦରୋଗ ଓ ମେଦବହୁଳତାରୁ ମିଳିବ ମୁକ୍ତି

ଶୀତଦିନେ ଖାଆନ୍ତୁ ଏହି ଶାଗ : ମଧୁମେହ, ହୃଦରୋଗ ଓ ମେଦବହୁଳତାରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ : ଶୀତଦିନେ ସାଧାରଣତଃ ଆମେ ବିଭିନ୍ନ ଉପାୟରେ ଆମ ଶରୀରର ଯତ୍ନ ନେଇଥାଉ । କିଏ ଶରୀରକୁ ସୁସ୍ଥ ରଖିବାକୁ ସତେଜ ପନିପରିବା ଖାଆନ୍ତି ତ ଆଉ କିଏ ବିଭିନ୍ନ ପ୍ରକାର ଫଳକୁ ନିଜ ଖାଦ୍ୟ ପ୍ରଣାଳୀରେ ସାମିଲ କରନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଶାଗ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଶୀତଦିନେ ଖାଇବା ନିହାତି ଆବଶ୍ୟକ । ସମସ୍ତଙ୍କୁ ଶାଗ ଖାଇବାକୁ ଭଲ ନଲାଗିଲେ ବି ଶାଗ ଖାଇବା ଶରୀରପକ୍ଷେ ନିତ୍ୟାନ୍ତ ଆବଶ୍ୟକ । ଆପଣମାନେ ଚଣା ଶାଗ ନିଶ୍ଚୟ ଖାଇଥିବେ । ଚଣା ଶାଗରେ ରହିଛି ପ୍ରୋଟିନ୍, ଫାଇବର, ଆଇରନ୍, କ୍ୟାଲସିୟମ୍ । ଯାହା ଶରୀରକୁ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରିଥାଏ । ଚଣା ଶାଗ ତିନୋଟି ପ୍ରମୁଖ ରୋଗ ମଧୁମେହ, ହୃଦରୋଗ ଏବଂ ମେଦବହୁଳତାକୁ ମଧ୍ୟ ନିକଟତର ହେବାକୁ ଦିଏ ନାହିଁ । ଇନସୁଲିନ୍ ପ୍ରଡକ୍ସନକୁ ସ୍ବାଭାବିକ ଭାବରେ ବୃଦ୍ଧି କରିବାର ଶକ୍ତି ଚଣା ଶାଗରେ ଅଛି । ତେଣୁ ମଧୁମେହ ରୋଗୀଙ୍କ ପାଇଁ ଚଣା ଶାଗ ରାମ ବାଣ ସଦୃଶ୍ୟ । ଏହା ହୃଦ୍‌ରୋଗରୁ ମଧ୍ୟ ରକ୍ଷା କରିଥାଏ । ଚଣା ଶାଗ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । ଏତଦବ୍ୟତୀତ ଏହା ହଜମ ପ୍ରକ୍ରିୟାକୁ ମଜବୁତ କରେ।ଏବଂ ପେଟ ସମ୍ବନ୍ଧୀୟ ସମସ୍ୟାକୁ ଭଲ କରିଥାଏ ।ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଇ ଏବଂ ଭିଟାମିନ୍ କେ ଚର୍ମର ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୋଇଥାଏ । ଚଣା ଶାଗ ଦୃଷ୍ଟି ଶକ୍ତିରେ ସହାୟକ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking