21.1 C
Bhubaneswar
Friday, December 27, 2024
Homeଦେଶ ବିଦେଶହସ୍ପିଟାଲ୍ ପାଣିଟାଙ୍କିରେ ବିଦ୍ୟୁତ୍ ସଂଯୋଗ, ୩ ମୃତ

ହସ୍ପିଟାଲ୍ ପାଣିଟାଙ୍କିରେ ବିଦ୍ୟୁତ୍ ସଂଯୋଗ, ୩ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ବିକାଶନଗରସ୍ଥିତ କମାଣ୍ଡ ହସ୍ପିଟାଲ୍ ପାଣିଟାଙ୍କିରେ ଅଚାନକ ବିଦ୍ୟୁତ୍ ସଂଯୋଗ ହେବାରୁ ଏହା ସଂସ୍ପର୍ଶରେ ଆସି ତିନିଜଣ ଲୋକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇଜଣ ପ୍ଲମ୍ବର ଏବଂ ହସ୍ପିଟାଲ୍‌ର ଜଣେ ଇଲେକ୍ଟ୍ରିକ୍ ଇଞ୍ଜିନିୟର ସାମିଲ । ଦୁଇ ପ୍ଲମ୍ବର କୁଓଁର ପାଲ୍ ଓ ରମଣ ହସ୍ପିଟାଲ୍ ପାଣିଟାଙ୍କିର ମୋଟର ମରାମତି କରୁଥିବା ବେଳେ ଇଞ୍ଜିନିୟର୍ ସର୍ବେଶ କୁମାର ସେଠାରେ ଛିଡ଼ା ହୋଇଥିଲେ । ଏହି ସମୟରେ ଅନାଚକ କରେଣ୍ଟ୍ ସଂଯୋଗ ହୋଇଯାଇଥିଲା ଏବଂ ଏହା କବଳରେ ଆସି ତିନିଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଦୁଇ ପ୍ଲମ୍ବର୍ ଦିଲ୍ଲୀର ମହାରାଣୀ ଏନ୍‌କ୍ଲେଭ୍ ନିବାସୀ ହୋଇଥିବା ବେଳେ ସର୍ବେଶଙ୍କ ଘର ଗାଜିଆବାଦର ସାହିବାବାଦରେ । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତିନିଜଣଙ୍କୁ ହସ୍ପିଟାଲ୍ ପଠାଇଥିବା ବେଳେ ସେଠାରେ ସେମାନଙ୍କ ମୃତ ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking