29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ଦିଲ୍ଲୀ ସରକାରଙ୍କ ପଦକ୍ଷେପ; ଆର୍‌ଆର୍‌ଟିଏସ୍ ପାଇଁ ଜାରୀକଲେ ୪୧୫ କୋଟି

ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ଦିଲ୍ଲୀ ସରକାରଙ୍କ ପଦକ୍ଷେପ; ଆର୍‌ଆର୍‌ଟିଏସ୍ ପାଇଁ ଜାରୀକଲେ ୪୧୫ କୋଟି

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ‘ରିଜିଓନାଲ୍ ର‌୍ୟାପିଡ୍ ଟ୍ରାନ୍‌ଜିଟ୍ ସିଷ୍ଟମ୍ (ଆର୍‌ଆର୍‌ଟିଏସ୍‌) ପ୍ରକଳ୍ପକୁ ୪୧୫ କୋଟି ଟଙ୍କା ଜାରୀ କରିଛନ୍ତି । ପରିବହନ ମନ୍ତ୍ରୀ କୈଳାସ ଗେହଲଟ୍ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ପରିବହନ ବିଭାଗ ଆଜି ୪୧୫ କୋଟି ଟଙ୍କା ରାଷ୍ଟ୍ରୀୟ ରାଜଧାନୀ ଅଞ୍ଚଳ ପରିବହନ ନିଗମ (ଏନ୍‌ସିଆର୍‌ଟିସି)କୁ ପ୍ରଦାନ କରିଛି । ଅଲ୍‌ୱର ଏବଂ ପାନିପତ ପର୍ଯ୍ୟନ୍ତ ଆର୍‌ଆର୍‌ଟିଏସ୍ କରିଡର୍ ପାଇଁ ପାଣ୍ଠି ନଦେବାକୁ ନେଇ ଚଳିତ ସପ୍ତାହ ପ୍ରାରମ୍ଭରେ ସୁପ୍ରିମ୍‌କୋର୍ଟ ଦିଲ୍ଲୀ ସରକାରଙ୍କୁ ଭର୍ତ୍ସନା କରିଥିଲେ । ଏକ ସପ୍ତାହ ମଧ୍ୟରେ ଧନ ଜାରୀ ନକଲେ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ସରକାରଙ୍କ ପକ୍ଷରୁ ବିଜ୍ଞାପନ ପାଇଁ ଆବଣ୍ଟିତ ପାଣ୍ଠିକୁ ଏହି ପ୍ରକଳ୍ପକୁ ହସ୍ତାନ୍ତରିତ କରାଯିବ ବୋଲି କୋର୍ଟ ଚେତାବନୀ ଦେଇଥିଲେ । ସରକାର ପାଣ୍ଠିର ପ୍ରଥମ କିସ୍ତି ବାବଦରେ କିଛି ମାସ ତଳେ ୮୦ କୋଟି ଟଙ୍କା ଜାରୀ କରିଥିଲେ । ଆର୍‌ଆର୍‌ଟିସି ଅଧୀନରେ ଦିଲ୍ଲୀକୁ ଉତ୍ତର ପ୍ରଦେଶର ମିରଟ, ରାଜସ୍ଥାନର ଅଲ୍‌ୱର୍ ଏବଂ ହରିଆଣାର ପାନିପତ ସହ ଯୋଡ଼ିବା ନିମନ୍ତେ ‘ସେମି-ହାଇ ସ୍ପିଡ୍ ରେଳ କରିଡର୍‌ର ନିର୍ମାଣ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking