17.1 C
Bhubaneswar
Friday, January 10, 2025
Homeଓଡିଶାଜମି ପଟ୍ଟା ପାଇଁ ଲାଞ୍ଚ; ପୂର୍ବତନ କିରାଣିଙ୍କୁ ୪ ବର୍ଷ ଜେଲ୍‌

ଜମି ପଟ୍ଟା ପାଇଁ ଲାଞ୍ଚ; ପୂର୍ବତନ କିରାଣିଙ୍କୁ ୪ ବର୍ଷ ଜେଲ୍‌

ସୁନ୍ଦରଗଡ: ଜମି ଦାଖଲ ଖାରଜ ପାଇଁ ଲାଞ୍ଚ ନେବା ମାମଲାରେ ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବାଲିଶଙ୍କରା ତହସିଲର ପୂର୍ବତନ ମୁଖ୍ୟ କିରାଣି ମହମ୍ମଦ ସବୀର ହୁସେନଙ୍କୁ ୪ ବର୍ଷ ଜେଲ୍ ସହ ୨ ହଜାର ଟଙ୍କା ଜରିମାନା କରିଛନ୍ତି । ମାମଲାର ବିବରଣୀ ଅନୁସାରେ, ଗତ ୨୦୧୫ରେ ତଳସରା ଥାନା ରାମପୁରର ଆଲମ ସୁରଜିତ ତିର୍କୀ କିଣିଥିବା ଜମିର ଦାଖଲ ଖାରଜ ପାଇଁ ବାଲିଶଙ୍କରା ତହସିଲରେ ଆବେଦନ କରିଥିଲେ । ସେହି ସମୟରେ ମୁଖ୍ୟ କିରାଣି ଭାବେ କାର୍ଯ୍ୟ କରୁଥିବା ସବୀର ହୁସେନ ଏଥିପାଇଁ ଲାଞ୍ଚ ମାଗିଥିଲେ । ୨ ହଜାର ଟଙ୍କା ନଦେଲେ କାମ ହେବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ । ଏହା ପରେ ଶ୍ରୀ ତିର୍କୀ ସୁନ୍ଦରଗଡ଼ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।

ଭିଜିଲାନ୍ସ ୨୦୧୫ ମେ ୧୩ରେ ଏକ ମାମଲା ରୁଜୁ କରି ମୁଖ୍ୟ କିରାଣିକୁ ଧରିବା ପାଇଁ ଜାଲ୍ ବିଛାଇଥିଲା । ଯୋଜନା ମୁତାବକ ଶ୍ରୀ ତିର୍କୀ ରାସାୟନିକ ପ୍ରଲେପ ଦିଆ ୨ ହଜାର ଟଙ୍କା କିରାଣିଙ୍କୁ ଦେଲାବେଳେ ଭିଜିଲାନ୍ସ ନିରୀକ୍ଷକ ଯୋଗେଶ ପ୍ରସାଦ ପଟେଲଙ୍କ ନେତୃତ୍ୱରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା । ମାମଲାର ତଦନ୍ତ ପୂର୍ବତନ ଭିଜିଲାନ୍ସ ଡିଏସପି ପରମେଶ୍ୱର କିସାନ କରି ଚୂଡ଼ାନ୍ତ ରିପୋର୍ଟ ଦେଇଥିଲେ । ମାମଲାର ବିଚାର ଚାଲିଥିବାବେଳେ ଶନିବାର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking