28.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଆଶ୍ଚର୍ଯ୍ୟ ! ଗର୍ଭର ସ୍ଥାନ ପରିବର୍ତ୍ତନ କଲେ ଡାକ୍ତର

ଆଶ୍ଚର୍ଯ୍ୟ ! ଗର୍ଭର ସ୍ଥାନ ପରିବର୍ତ୍ତନ କଲେ ଡାକ୍ତର

କୋଲକାତା: ପଶ୍ଚିମବଙ୍ଗ ବର୍ଦ୍ଧମାନ ମେଡିକାଲ କଲେଜ ହସ୍ପିଟାଲରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି । ଯେଉଁଠି ପ୍ରଥମ ଶିଶୁଟି ମାଆ ଗର୍ଭରେ ପ୍ରାଣତ୍ୟାଗ କରିଥିଲା । ଏହାପରେ ମେଡିକାଲ ଟିମ ଅନ୍ୟ ଯାଆଁଳ ଶିଶୁଟିକୁ ଗର୍ଭରେ ୧୮ ସପ୍ତାହ ବା ୧୨୫ ଦିନ ପର୍ଯ୍ୟନ୍ତ ଜୀବିତ ରଖାଯାଇଥିଲା । ଅଭିଜ୍ଞ ଡାକ୍ତର ମାତୃଗର୍ଭରେ ଶିଶୁର ସ୍ଥାନକୁ ପରିବର୍ତ୍ତନ କରିଥିଲେ ।

ଏହାପରେ ଗତ ୧୪ ତାରିଖରେ ମହିଳା ଜଣକ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି । ଉଭୟ ମାଆ ଓ ଶିଶୁ ସୁସ୍ଥ ରହିଥିବା ବେଳେ ବର୍ଦ୍ଧମାନ ମେଡିକାଲ କଲେଜ ଓ ମହିଳାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ସୂଚନା ଅନୁସାରେ ବର୍ଦ୍ଧମାନ ମେଡିକାଲ କଲେଜ ହସ୍ପିଟାଲରେ ଚଳିତ ବର୍ଷ ଜୁଲାଇ ମାସରେ ୪୧ ବର୍ଷୀୟ ମହିଳା ଭର୍ତ୍ତି ହୋଇଥିଲେ । ପରୀକ୍ଷା ପରେ ଜଣାପଡ଼ିଥିଲା ଯେ ତାଙ୍କ ଗର୍ଭରେ ୨ଟି ସନ୍ତାନ ରହିଛି । ହେଲେ ଦୁର୍ଭାଗ୍ୟବଶତଃ ଯାଆଁଳ ଶିଶୁ ମଧ୍ୟରୁ ଜଣେ ଶିଶୁ ମାତୃ ଗର୍ଭରେ ହିଁ ପ୍ରାଣତ୍ୟାଗ କରିଥିଲା । ଏହାପରେ ଅନ୍ୟ ଶିଶୁଟିକୁ ମାତୃଗର୍ଭରେ ଜୀବିତ ରଖିବା ଡାକ୍ତରୀ ଟିମ ପାଇଁ ଆହ୍ୱାନ ଥିଲା । ଏଭଳି ଜଟିଳ ପରିସ୍ଥିତିରେ ଡାକ୍ତରୀ ଟିମ ଯାଆଁଳ ଶିଶୁର ସ୍ଥାନ ପରିବର୍ତ୍ତନ କରିଥିଲେ ।

ଏହି ସମୟରେ ଗର୍ଭ ସଂକ୍ରମିତ ହେବାର ମଧ୍ୟ ଆଶଙ୍କା ରହିଥିଲା । ଏଥିଲାଗି ଡେଲିଭରି ପର୍ଯ୍ୟନ୍ତ ପ୍ରସୂତି ମହିଳା ଜଣକ ଡାକ୍ତରଖାନାରେ ରହିଥିଲେ । ତାଙ୍କୁ ନିରୀକ୍ଷଣରେ ରଖାଯାଇ ଚିକିତ୍ସା କରାଯାଉଥିଲା । ଦୀର୍ଘ ୧୨୫ ଦିନ ପର୍ଯ୍ୟନ୍ତ ଡାକ୍ତରଖାନାରେ ରହିବା ପରେ ଡାକ୍ତରୀ ଟିମର ପ୍ରଚେଷ୍ଟା ପରେ ଏକ ସୁସ୍ଥ ଶିଶୁଟିଏ ଜନ୍ମ ନେଇଛି । ଶିଶୁ ଦିବସରେ ମହିଳା ଜଣକ ସିଜରିଆନ ଡେଲିଭରି ହୋଇଥିଲା । ଏହାପରେ ଯାଆଁଳ ଶିଶୁଟି ଜନ୍ମ ନେଇଛି । ଏହି ନବଜାତର ଓଜନ ୨.୯ କେଜି ରହିଥିବା ବେଳେ ଉଭୟ ମାଆ ଓ ଶିଶୁ ସୁସ୍ଥ ରହିଛନ୍ତି । ଏହି ଡେଲଭରିର ଖାସ କଥା ହେଉଛି ଯାଆଁଳ ଶିଶୁଟିକୁ ମାତୃ ଗର୍ଭରେ ଅତିରିକ୍ତ ୧୨୫ ଦିନ ପର୍ଯ୍ୟନ୍ତ ରଖିବା । ପୂର୍ବରୁ ୧୯୯୬ ମସିହାରେ ଯାଆଁଳ ଶିଶୁଟିଏ ଅତିରିକ୍ତ ୯୦ ଦିନ ପର୍ଯ୍ୟନ୍ତ ମାତୃଗର୍ଭରେ ରହିଥିଲା । ହେଲେ ବର୍ଦ୍ଧମାନର ଏହି ଘଟଣା ପୂର୍ବ ରେକର୍ଡକୁ ଭାଙ୍ଗିଛି । ତେବେ ମେଡିକାଲ ଟିମଙ୍କ ନିଷ୍ଠା ଯୋଗୁଁ ଏହି ସଫଳତା ହସ୍ପିଟାଲକୁ ମିଳିଥିବା କହିଛନ୍ତି ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଅଫିସର ଡକ୍ଟର ମଳୟ ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking