28.1 C
Bhubaneswar
Saturday, June 14, 2025
Homeଓଡିଶା୧୭ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

୧୭ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

ଯାଜପୁର : ୨୦୨୦ ଯାଜପୁରରୋଡ୍ କଳିଙ୍ଗନଗର ଥାନା ନିକଟସ୍ଥ ସୁରିସାଇ ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ପୋଡି ମାରିବା ଘଟଣାରେ ୧୭ ଅଭିଯୁକ୍ତମାନଙ୍କୁ ଯାଜପୁରରୋଡ୍ ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ ଆଜୀବନ ଦଣ୍ଡାଦେଶ ଶୁଣାଇଲେ। ଏଭଳି ଅମାନୁଷିକ ଘଟଣା ଘଟାଇ ଥିବା ସମସ୍ତ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ।ସୂଚନା ଅନୁଯାୟୀ, ୧୭ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଲେ ଯାଜପୁରରୋଡ୍ ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ। ଗତ ୨୦୨୦ ମସିହା ଜୁଲାଇ ୭ ତାରିଖ ରାତିରେ କଳିଙ୍ଗନଗର ଥାନା ନିମପଲି ଗାଁ ସୁରିସାଇ ସ୍ଥିତ ନିଜ ଘରେ ଦମ୍ପତି ଶୋଇଥିଲେ।  ରାତିରେ ସେହି ଗାଁର କିଛି ଯୁବକ ତାଙ୍କ ଘରେ ପଶି ସେମାନେ ଗୁଣିଗାରେଡି କରୁଛନ୍ତି କହି ତାଙ୍କ ଉପରେ ଆକ୍ରମଣ କରିବା ସହିତ ଘରେ ନିଆଁ ଲଗେଇ ଦେଇଥିଲେ। ଯାହାଫଳରେ ଦମ୍ପତି ଜିଅନ୍ତା ପୋଡିଯାଇ ମୃତ୍ୟୁ ବରଣ କରିଥିଲେ। ତେବେ ଏହି ଘଟଣାର ତଦନ୍ତ କରି କଳିଙ୍ଗନଗର ପୋଲିସ ୧୭ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଅନ୍ୟପଟେ ଦୀର୍ଘ ୩ବର୍ଷ ପରେ ଗତକାଲି ଏହି ଘଟଣାର ଦଣ୍ଡାଦେଶ ଶୁଣାଇଛନ୍ତି ଯାଜପୁର ରୋଡ କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ। ଦୌରା ଜର୍ଜଏହି ଘଟଣାରେ ଜଡିତ ଥିବା ୧୭ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରା ଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking