20.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଆପଲ ଫୋନ୍‌ ହ୍ୟାକିଂ ପ୍ରସଙ୍ଗ: କମ୍ପାନୀକୁ ନୋଟିସ ପଠାଇଲା କେନ୍ଦ୍ର ଆଇଟି ମନ୍ତ୍ରାଳୟ

ଆପଲ ଫୋନ୍‌ ହ୍ୟାକିଂ ପ୍ରସଙ୍ଗ: କମ୍ପାନୀକୁ ନୋଟିସ ପଠାଇଲା କେନ୍ଦ୍ର ଆଇଟି ମନ୍ତ୍ରାଳୟ

ନୂଆଦିଲ୍ଲୀ : ସବୁଠୁ ସୁରକ୍ଷିତ କୁହାଯାଉଥିବା ଆପଲ ଫୋନ କିପରି ହ୍ୟାକ ହେବ ? ଆପଲ ଫୋନ ହ୍ୟାକ ଆଶଙ୍କା ପଛରେ ସରକାରଙ୍କ ହାତ ରହିଛି ବୋଲି କିପରି ନିଷ୍କର୍ସରେ ପହଞ୍ଚିଲ ? କେଉଁ ଆଧାରରେ ଏପରି ପରିଣାମ ନେଇ ନିଶ୍ଚିତ ହେଲ ? ଅଜଣା ଜାଗାରୁ ରହି କିପରି ଏହାକୁ ଆକ୍ସେସ କରାଯାଇପାରିବ ବୋଲି ନିଶ୍ଚିତ ହେଲ ? ସମ୍ବେଦନଶୀଳ ତଥ୍ୟ ଲିକ କେମିତି ହୋଇଯିବ ? ଏପରି କିଛି ପ୍ରଶ୍ନର ଉତ୍ତର ଜାଣିବାକୁ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟ ଆପଲକୁ ନୋଟିସ ପଠାଇଛି  ।

ନୋଟିସର ତୁରନ୍ତ ଉତ୍ତର ଦେବାକୁ କୁହାଯାଇଛି  । ଆପଲ ସରକାରୀ ପ୍ରାୟୋଜିତ ହ୍ୟାକିଂ ନେଇ ଦେଶର ବିଭିନ୍ନ ବର୍ଗର ଲୋକଙ୍କୁ ମେସେଜ ପଠାଇଥିଲା  । ଏହାକୁ ନେଇ ବିରୋଧୀ ଦଳ ନେତା ତମ୍ବିତୋଫାନ କରିଥିଲେ  । କେନ୍ଦ୍ର ସରକାର ଜାଣିଶୁଣି ହ୍ୟାକ କରି ଡାଟା ଲିକ ପାଇଁ ଉଦ୍ୟମ କରୁଥିବା ସାଂଘାତିକ ଅଭିଯୋଗ ଆଣିଥିଲେ  । ଏହାପରେ ଆଜି କେନ୍ଦ୍ର ସରକାର ଅଧିକ ତଥ୍ୟ ଜାଣିବାକୁ ଆପଲକୁ ନୋଟିସ ପଠାଇଛନ୍ତି  ।

ମେସେଜ ଆସିଥିବା ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ସମେତ କଂଗ୍ରେସ ସାଂସଦ ଶଶୀ ଥରୁର, ପବନ ଖେଡା ଏବଂ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ପ୍ରମୁଖ କେନ୍ଦ୍ରକୁ ଟାର୍ଗେଟ କରିଥିଲେ  । ସେମାନଙ୍କ ଆପଲ ଫୋନକୁ ଆସିଥିବା ମେସେଜର ସ୍କ୍ରିନସଟ ସେୟାର କରିଥିଲେ  । ଆପ ସାଂସଦ ରାଘବ ଚଡ୍ଢା, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, ସିପିଏମ ମହାସିଚବ ସୀତାରାମ ୟେଚୁରୀ, ଏଆଇଏମଆଇଏମ ମୁଖିଆ ଅସଦୁଦ୍ଦିନ ଓୱେସୀଙ୍କ ଫୋନକୁ ମଧ୍ୟ ମେସେଜ ଆସିଥିଲା ବୋଲି ସେମାନେ ଅଭିଯୋଗ କରିଥିଲେ  । ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି କେନ୍ଦ୍ରକୁ ଟାର୍ଗେଟ କରିଥିଲେ  । ଏହାପରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସଫେଇ ଦେଇ କହିଥିଲେ ସରକାର ଏ ନେଇ ଚିନ୍ତିତ ଅଛନ୍ତି  । ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଆପଲ ମଧ୍ୟ ସଫେଇ ଦେଇଥିଲା  । କହିଥିଲା, ଖାଲି ଭାରତରେ ନୁହେଁ ଏଭଳି ମେସେଜ ୧୫୦ଟି ଦେଶରେ ଆଇଫୋନ ବ୍ୟବହାର କରୁଥିବା ଗ୍ରାହକକୁ ପଠାଯାଇଛି  । କିନ୍ତୁ ସରକାରୀ ପ୍ରାୟୋଜିତ ହ୍ୟାକିଂକୁ ନେଇ କିଛି ସ୍ପଷ୍ଟ କରିନଥିଲା ଆପଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking