ଭୁବନେଶ୍ୱର: ମହାପ୍ରଭୁଙ୍କ ଦର୍ଶନ ପରେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଗଣମାଧ୍ୟମ ଆଗରେ ନିଜର ମନ୍ତବ୍ୟ ରଖିଛନ୍ତି । ଓଡିଶାର ବିକାଶକୁ ସର୍ବାଚ୍ଚେ ପ୍ରାଥମିକତା ଦିଆଯିବ କହିଲେ ରାଜ୍ୟପାଳ ରଘୁବର ଦାସ । ମୁଁ ବହୁତ ଭାଗ୍ୟଶାଳୀ, ଓଡିଶାର ଜନତାଙ୍କ ସେବା ସୌଭାଗ୍ୟ ମିଳିଲା । ଚେଷ୍ଟା ରହିବ ଗରିବ, ଶୋଷିତ, ବଂଚିତଙ୍କ ଜୀବନସ୍ତର ଯେମିତି ଉଚ୍ଚକୁ ଉଠିବ । କେନ୍ଦ୍ର ଓ ରାଜ୍ୟର ଯୋଜନା ଗରିବଙ୍କ ଯାଏ ପହଂଚିବା ଦାୟିତ୍ୱ ନେବି । ଜଣେ ମହାସେବକଭାବେ ଗରିବଙ୍କ ଯାଏ ଯୋଜାନା ପହଂଚିବା ଦାୟିତ୍ୱ ନେବି । ଓଡିଶାବାସୀଙ୍କ ସେବା ପାଇଁ ଶକ୍ତି ଦେବାକୁ ଜଗନ୍ନାଥଙ୍କୁ ପ୍ରାର୍ଥନା କଲି । ରାଜଭବନ ଦ୍ୱାର ଗରିବ ଲୋକଙ୍କ ପାଇଁ ୨୪ ଘଂଟା ଖୋଲା ରହିବ ବୋଲି କହିଛନ୍ତି ରାଜ୍ୟପାଳ ରଘୁବର ଦାସ ।