36.1 C
Bhubaneswar
Saturday, May 11, 2024
Homeଓଡିଶାରେଳ ଦୁର୍ଘଟଣା: କେମିତି ହେଲା ଏତେ ବଡ଼ ଦୁର୍ଘଟଣା ?

ରେଳ ଦୁର୍ଘଟଣା: କେମିତି ହେଲା ଏତେ ବଡ଼ ଦୁର୍ଘଟଣା ?

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶ ବିଜୟନଗରମ୍‌ରେ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିଛି । ଦୁଇଟି ପାସେଞ୍ଜର ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛି । ଆଲମଣ୍ଡା ଷ୍ଟେସନ ନିକଟରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌କୁ ବିଶାଖାପାଟଣା- ରାୟଗଡ଼ା ପାସେଞ୍ଜର ଟ୍ରେନ୍ ଧକ୍କା ଦେଇଛି । ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ଆନ୍ଧ୍ର-ଓଡ଼ିଶା ସୀମାବର୍ତ୍ତୀ କଣ୍ଟାକାପାଲୀ-ଆଲମଣ୍ଡା ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି ।

ଏବେ ପ୍ରଶ୍ନ ଉଠୁଛି ଏତେ ବଡ଼ ଦୁର୍ଘଟଣା କେମିତି ହେଲା ? ସିଗ୍ନାଲ୍ ରେଡ୍ ଥିଲା ନା ଏଥିରେ କିଛି ତ୍ରୁଟି ଥିଲା ? ଯଦି, ସିଗ୍ନାଲ୍ ରେଡ୍ ଥିଲା ତେବେ ବିଶାଖାପାଟଣା-ରାୟଗଡ଼ା ଟ୍ରେନ୍ କେମିତି ଧକ୍କା ଦେଲା ? ଏବେ ଏସବୁର କାରଣ ଖୋଜୁଛି ରେଲ୍‌ୱେ । ଇଷ୍ଟ କୋଷ୍ଟ ରେଲ୍‌ୱେର ସିପିଆରଓଙ୍କ ସୂଚନା ଅନୁସାରେ, ସିଗ୍ନାଲ୍ ଓଭରସୁଟିଂରୁ ଦୁର୍ଘଟଣା ହୋଇଥାଇପାରେ । ଅର୍ଥାତ୍ ରେଡ୍ ସିଗ୍ନାଲ୍ ଥାଇ ବି ଟ୍ରେନ୍ ଟି ଆଗକୁ ମାଡ଼ି ଚାଲି ଯାଇଛି ।ତେଣୁ ପ୍ରାଥମିକ ଯାଞ୍ଚରୁ ଏହା ମନୁଷ୍ୟକୃତ ତ୍ରୁଟି ହୋଇଥିବା ପୂର୍ବତଟ ରେଲୱେର ସିପିଆରଓ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ବିଶାଖାପାଟଣା- ପଲାସା ଟ୍ରେନ୍‌ର ୧୧ଟି କୋଚ୍ ଓ ୦୮୫୦୪ ବିଶାଖାପାଟଣା-ରାୟଗଡା ଟ୍ରେନର ୯ଟି କୋଚ୍‌କୁ ସ୍ଥାନାନ୍ତର କରି ନିକଟବର୍ତ୍ତୀ ଷ୍ଟେସନକୁ ପଠାଇ ଦିଆଯାଇଛି । ଦୁର୍ଘଟଣାସ୍ଥଳରେ ଏବେ କେବଳ ଲାଇନ୍‌ଚ୍ୟୁତ ଓ କ୍ଷତିଗ୍ରସ୍ତ ହୋଇଥିବା କୋଚ୍ ଗୁଡିକ ପଡ଼ି ରହିଛି ।

ଟ୍ରେନ୍ ଦୁର୍ଘଟଣା ଯୋଗୁ ୩୩ଟି ଟ୍ରେନ୍‌କୁ ରେଳ ବିଭାଗ ପକ୍ଷରୁ ବାତିଲ୍ କରାଯାଇଛି । ଏହାସହ ୨୨ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ ଓ ୧୧ଟି ଟ୍ରେନ୍ ଆଂଶିକ ବାତିଲ୍ ହୋଇଛି ।ଅପରାହ୍ନ ୪ଟା ସୁଦ୍ଧା ମରାମତି କାମ ସରିବ ବୋଲି ଜଣାପଡ଼ିଛି । ପ୍ରଭାବିତ ଲୋକଙ୍କ ପାଇଁ ବସ୍ ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking