ସୁରଟ୍: ଗୁଜରାଟର ସୁରଟ୍ ସହରରେ ଶନିବାର ଗୋଟିଏ ପରିବାରର ୭ ଜଣ ସଦସ୍ୟ ସମୂହଭାବେ ଆତ୍ମହତ୍ୟା କରିଥିବା ଜଣାପଡିଛି । ପୁଲିସ ଘଟଣାସ୍ଥଳରୁ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କରିଛି ।
୬ ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା କରିଥିବାବେଳେ ଅନ୍ୟ ଜଣେ ବେକରେ ଦଉଡି ଦେଇଥିବା ଜଣାପଡିଛି । ମୃତକମାନେ ହେଲେ କାନୁଭାଇ ସୋଲାଙ୍କି, ପତ୍ନୀ ଶୋଭାବେନ୍, ପୁଅ ମନୀଷ, ପୁତ୍ରବଧୂ ରୀତା ଏବଂ ୩ ଜଣ ନାତି ନାତୁଣି । ମନୀଷ କେବଳ ଦଉଡି ଦେଇ ଆତ୍ମହତ୍ୟା କରିଥିବାବେଳେ ଅନ୍ୟମାନେ ବିଷ ପିଇଥିବା କୁହାଯାଇଛି ।
ଆର୍ôଥକ ଦୂରବସ୍ଥା ଯୋଗୁଁ ମୃତକମାନେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ସୁଇସାଇଡ୍ ନୋଟ୍ରୁ ଜଣାପଡିଛି । ଠିକାଦାରଭାବେ କାର୍ଯ୍ୟ କରୁଥିବା ମନୀଷ ପ୍ରଥମ ପରିବାରର ଅନ୍ୟ ସଦସ୍ୟଙ୍କୁ ବିଷ ପିଇବାକୁ ଦେବାପରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ପୁଲିସ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।