30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶକାଜାଖ୍‌ସ୍ତାନ: ଖଣି ଦୁର୍ଘଟଣାରେ ୩୨ ମୃତ

କାଜାଖ୍‌ସ୍ତାନ: ଖଣି ଦୁର୍ଘଟଣାରେ ୩୨ ମୃତ

ଆସ୍ତାନା : କାଜାଖ୍‌ସ୍ତାନରେ ଶନିବାର ଏକ ଖଣିରେ ବିସ୍ଫୋରଣ ଘଟି ୩୨ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ୧୮ ଜଣ ଶ୍ରମିକ ଏବେମଧ୍ୟ ନିଖୋଜ ଅଛନ୍ତି । ଦୁର୍ଘଟଣା ସମୟରେ ଉକ୍ତ ଖଣିରେ ୨୫୨ ଜଣ କାର୍ଯ୍ୟରତ ଥିବାବେଳେ ୨୦୬ ଜଣଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରାଯାଇଛି ।

କାଜାଖ୍‌ସ୍ତାନ ରାଷ୍ଟ୍ରପତି କାସିମ୍‌-ଜୋମାର୍ଟ ତୋକାୟେଭ୍ ଏହି ଘଟଣାରେ ମୃତକଙ୍କ ପରିବାର ପ୍ରତି ଗଭୀର ଶୋକପ୍ରକାଶ କରିବା ସହ ଆସନ୍ତାକାଲି ଅର୍ଥାତ ୨୯ ତରିଖରେ ରାଷ୍ଟ୍ରୀୟ ଶୋକଦିବସ ଘୋଷଣା କରିଛନ୍ତି । ପ୍ରବାସୀ ଭାରତୀୟ ଶିଳ୍ପପତି ଲକ୍ଷ୍ମୀନାରାୟଣ ମିତ୍ତଲଙ୍କ ମାଲିକାନରେ ପରିଚାଳିତ ଆର୍ସେଲର-ମିତ୍ତଲ କମ୍ପାନୀ ଏହି ଖଣିକୁ ଲିଜ୍‌ରେ ନେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking