ମୁମ୍ବାଇ: ଜଣେ ୧୪ ବର୍ଷୀୟା ବାଳିକାକୁ ଅପହରଣ ପରେ ବଳାତ୍କାର କରିଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ଗୁରୁବାର ୨ ଜଣଙ୍କୁ ଗିରଫ କରିଛି । ଘରଲୋକଙ୍କ ସହ ପାଟିତୁଣ୍ଡ ହେବାପରେ ବାଳିକାଟି ଟ୍ୟାକ୍ସି ଯୋଗେ ମାଲାଡ୍ସ୍ଥିତ ଜଣେ ସମ୍ପର୍କୀୟଙ୍କ ଘରକୁ ଯିବାକୁ ବାହାରିଥିଲା । ତେବେ ବାଳିକାକୁ ଏକୁଟିଆ ଦେଖି ଟ୍ୟାକ୍ସି ଡ୍ରାଇଭର ମନରେ ମନ୍ଦ ଉଦ୍ଦେଶ୍ୟ ଜାଗ୍ରତ ହୋଇଥିଲା । ଡ୍ରାଇଭର ଜଣକ ଦାଦର ଅଞ୍ଚଳରୁ ଜଣେ ସାଙ୍ଗ୍କୁ ବସାଇ ମାଲାଡ୍ ଅଭିମୁଖେ ଯାତ୍ରା କରିଥିଲା । ଚଳନ୍ତା ଟ୍ୟାକ୍ସି ମଧ୍ୟରେ ଦୁଇ ଅଭିଯୁକ୍ତ ନାବାଳିକାକୁ ବଳାତ୍କାର କରିଥିବା ଏତଲାରୁ ଜଣାପଡିଛି ।