28.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଭୋଟ ଦେବା ଅଧିକାର ମିଳିବା ପରେ ହିଁ ସୋସିଆଲ ମିଡିଆ ବ୍ୟବହାର କରିବେ ପିଲା :...

ଭୋଟ ଦେବା ଅଧିକାର ମିଳିବା ପରେ ହିଁ ସୋସିଆଲ ମିଡିଆ ବ୍ୟବହାର କରିବେ ପିଲା : ହାଇକୋର୍ଟ

ନୂଆଦିଲ୍ଲୀ: ପିଲାମାନଙ୍କ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ଜାରି ହେଲା ବଡ଼ ବୟାନ । ବର୍ତ୍ତମାନ ସମୟରେ ପିଲାମାନଙ୍କ ପାଖରେ କେବଳ ଫୋନ ରହୁଛି ତାହା ନୁହେଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପିଲାମାନଙ୍କର ନିଜର ଆକ୍ସେସ ମଧ୍ୟ ରହୁଛି । କିନ୍ତୁ ପିଲାମାନଙ୍କ ସୋସିଆଲ ମିଡିଆ ଆକ୍ସେସର ଏକ ନିର୍ଦ୍ଦିଷ୍ଟ ବୟସ ସୀମା ରହିବା ଉଚିତ । ଏହାକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ଏକ ବଡ଼ ବୟାନ ଦେଇଛନ୍ତି । ହାଇକୋର୍ଟଙ୍କ କହିବା ଅନୁସାରେ ସୋସିଆଲ ମିଡିଆ ଆକ୍ସେସକୁ ନେଇ ଏକ ନିର୍ଦ୍ଦିଷ୍ଟ ବୟସ ନିଶ୍ଚିତ କରାଯିବା ଉଚିତ । କୋର୍ଟଙ୍କ କହିବା ଅନୁସାରେ ଭୋଟ ଦେବାର ଅଧିକାର ମିଳିବା ପରେ ହିଁ ପିଲାମାନେ ସୋସିଆଲ ମିଡିଆ ବ୍ୟବହାର କରିବା ଉଚିତ ନଚେତ ଏହାର ବୟସ ସୀମା ୨୧ ବର୍ଷ କରାଯିବା ଉଚିତ୍‌ ।

ଜଷ୍ଟିସ ଜି ନରେନ୍ଦ୍ର ଏବଂ ବିଜୟକୁମାର ଏ ପାଟିଲ କହିଛନ୍ତି ଯେ ଯଦି ପିଲାମାନଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଏ ତେବେ ଏହା ଦେଶ ପାଇଁ ଭଲ ହେବ। ଜାଣି ରଖନ୍ତୁ କର୍ଣ୍ଣାଟକ ହାଇକୋର୍ଟ ଖାସ କରି ସ୍କୁଲ ପିଲାମାନଙ୍କୁ ଧ୍ୟାନରେ ରଖି ଏହା କହିଥିଲେ । ବାସ୍ତବରେ କର୍ଣ୍ଣାଟକ ହାଇକୋର୍ଟର ଏହି ବେଞ୍ଚ ଏକ୍ସ କାର୍ପ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରୁଥିଲେ ।

ଏହି ସମୟରେ ଜଷ୍ଟିସ ଜି ନରେନ୍ଦ୍ର ଏବଂ ବିଜୟକୁମାର ଏ ପାଟିଲଙ୍କ ଖଣ୍ଡପୀଠ କହିଛନ୍ତି ଯେ ସ୍କୁଲ ଯାଉଥିବା ପିଲାମାନଙ୍କର ସୋସିଆଲ ମିଡିଆରେ ଏତେ ନିଶା ହୋଇଯାଇଛି ଯେ ସେମାନଙ୍କ ପାଇଁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ। ଏହା ଦେଶ ପାଇଁ ଭଲ ହେବ। ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାର ସ୍କୁଲ ପିଲାମାନଙ୍କ ପାଇଁ ଭଲ ନୁହେଁ । ପିଲାମାନେ ଟାଇମ ପାସ କରିବା ପାଇଁ ଏହାକୁ ବ୍ୟବହାର କରନ୍ତି । ଏହା ପରେ ସେମାନଙ୍କୁ ପଢ଼ିବା ପାଇଁ ଇଚ୍ଛା ହୁଏ ନାହିଁ ।

ଯେତେବେଳେ ବି ପିଲାମାନେ ସୁଯୋଗ ପାଆନ୍ତି, ସେମାନେ କେବଳ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ବ୍ୟବହାର କରନ୍ତି । ପଢ଼ା ପାଇଁ ତାଙ୍କର ଆଗ୍ରହ କମିବା ଆରମ୍ଭ କରେ । ସେମାନେ ସବୁବେଳେ ମୋବାଇଲକୁ ନିଜ ହାତରେ ରଖିବାକୁ ଚାହାଁନ୍ତି । ତେବେ ଆଜିର ପିଲାମାନଙ୍କ ହାତରେ ଆଣ୍ଡ୍ରଏଡ୍ ମୋବାଇଲ୍ ସବୁବେଳେ ରହୁଛି । କିନ୍ତୁ ପ୍ରତ୍ୟେକ ପିଲାମାନଙ୍କର ଅବସ୍ଥା ଏଭଳି ନୁହେଁ । କିଛି ପିଲା ଏହାକୁ କେବଳ ଏଣ୍ଟରଟେନମେଣ୍ଟ ପାଇଁ ବ୍ୟବହାର କରନ୍ତି । କିନ୍ତୁ ଅଧିକାଂଶ ପିଲା ସୋସିଆଲ ମିଡିଆର ଅଭ୍ୟସ୍ତ ହୋଇଯାଇଛନ୍ତି । ଏହି ସବୁକୁ ଧ୍ୟାନରେ ରଖି ହାଇକୋର୍ଟ ଏଭଳି ବୟାନ ଦେଇଥିବା ଜଣା ପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking