27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଚୂଡାନ୍ତ ଯାତ୍ରାପଥରେ ଆଦିତ୍ୟ ଏଲ-୧

ଚୂଡାନ୍ତ ଯାତ୍ରାପଥରେ ଆଦିତ୍ୟ ଏଲ-୧

ବେଙ୍ଗାଲୁର: ସୂର୍ଯ୍ୟ ଅଭିଯାନ ପାଇଁ ଉଦ୍ଦିଷ୍ଟ ଆଦିତ୍ୟ ଏଲ-୧ ମଙ୍ଗଳବାର ପୃଥିବୀ କକ୍ଷପଥ ତ୍ୟାଗ କରି ଚୂଡାନ୍ତ ଯାତ୍ରା ଆରମ୍ଭ କରିଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ମଙ୍ଗଳବାର ଆଦିତ୍ୟ ଏଲ-୧ର ଶେଷ ପର୍ଯ୍ୟାୟ କକ୍ଷପଥ ପରିବର୍ତ୍ତନ ପ୍ରକ୍ରିୟା ସମ୍ପାଦନ କରାଯାଇଛି । ଏହାପରେ ଆଦିତ୍ୟ ଏଲ-୧ ବର୍ତ୍ତମାନ ପୃଥିବୀପୃଷ୍ଠରୁ ୧୫ ଲକ୍ଷ କିମି ଦୂର ସନ୍‌-ଆର୍ଥ ଲାଙ୍ଗ୍ରାଙ୍ଗେ ପଏଣ୍ଟ-୧ ଆଡକୁ ଅଗ୍ରସର ହୋଇଛି ।

ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ଆଦିତ୍ୟ ଏଲ-୧କୁ ୧୧୦ ଦିନ ଲାଗିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଚଳିତମାସ ୨ରେ ଉତ୍‌କ୍ଷେପଣ ହେବାପରଠାରୁ ଇସ୍ରୋ ବୈଜ୍ଞାନିକମାନେ ପାଞ୍ଚଥର ଏହାର କକ୍ଷପଥକୁ ସଫଳତାର ସହ ପରିବର୍ତ୍ତନ କରିଛନ୍ତି । ପୃଥିବୀପୃଷ୍ଠରୁ ସୂର୍ଯ୍ୟଙ୍କ ଦୂରତା ୧୫ କୋଟି କିଲୋମିଟର । ତେବେ ସୂର୍ଯ୍ୟଙ୍କ ପ୍ରଚଣ୍ଡ ତାତି ଯୋଗୁଁ କୌଣସି ମହାକାଶଯାନ ଏହାର ନିକଟବର୍ତ୍ତୀ ହେବା ଅସମ୍ଭବ । ତେଣୁ ଆଦିତ୍ୟ ଏଲ-୧କୁ ପୃଥିବୀପୃଷ୍ଠରୁ ୧୫ ଲକ୍ଷ କିମି ଦୂରରେ ଅବସ୍ଥାପିତ କରିବାକୁ ଯୋଜନା ଧାର୍ଯ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking