34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶ୮ ଜଣଙ୍କ ବିରୋଧରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ

୮ ଜଣଙ୍କ ବିରୋଧରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ

ଦୁବାଇ:  କ୍ରିକେଟ୍‌ରେ ପୁଣିଥରେ ମ୍ୟାଚ୍ ଫିକ୍ସିଂ ଭୂତ ସାମ୍ନାକୁ ଆସିଛି । ଚଳିତ ଥର ଆଇସିସି ସ୍ୱୟଂ ଏହି ଫିକ୍ସିଂ ଅଭିଯୋଗର ଖୁଲାସା କରିଛି । ଏଥିରେ ୩ ଭାରତୀୟଙ୍କ ସମେତ ୮ ଜଣଙ୍କୁ ଅଭିଯୁକ୍ତ କରାଯାଇଛି । ୨୦୨୧ ୟୁଏଇ ଟି-୧୦ ଲିଗ୍ ଅବସରରେ ହୋଇଥିବା ଫିକ୍ସିଂ ଗତିବିଧିର ଆଇସିସି ପକ୍ଷରୁ ତଦନ୍ତ କରାଯାଇଥିଲା । ଏହାପରେ ଆଇସିସି ଏଥିରେ ସମ୍ପୃକ୍ତ ଖେଳାଳି, ଅଧିକାରୀ ଏବଂ କେତେକ ଭାରତୀୟ ଟିମ୍‌ର ମାଲିକଙ୍କ ସମେତ ୮ ଜଣଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ କରିଛି । ଏହି ତାଲିକାରେ ପୁଣେ ଡେଭିଲ୍ସ ଟିମ୍‌ର ଦୁଇ ଭାରତୀୟ ସହ-ମାଲିକ ପରାଗ ସାଙ୍ଗ୍‌ଭୀ ଏବଂ କୃଷ୍ଟ କୃମାର ସାମିଲ ।

ସେହିପରି ସେହି ସିଜନ୍‌ରେ ପୁଣେ ଡେଭିଲ୍ସ ଟିମ୍‌ର ସଦସ୍ୟ ଥିବା ବାଂଲାଦେଶର ପୂର୍ବତନ ଅଲ୍‌ରାଉଣ୍ଡର୍ ନାସିର୍ ହୁସେନ୍‌ଙ୍କ ବିରୋଧରେ ମଧ୍ୟ ଆଚାର ସଂହିତା ଉଲ୍ଲଂଘନ ଅଭିଯୋଗ ଆସିଛି । ଫିକ୍ସିଂ ଗତିବିଧିରେ ସାମିଲ ତୃତୀୟ ଭାରତୀୟ ଜଣେ ଅଜଣା ବ୍ୟାଟିଂ କୋଚ୍ ସନ୍ନି ଧିଲୋନ୍ । ୨୦୨୧ ଆବୁଧାବି ଟି୧୦ରେ ଏହି ଫିକ୍ସିଂ ଉଦ୍ୟମକୁ ବିଫଳ କରାଯାଇଛି ବୋଲି ଆଇସିସି ପକ୍ଷରୁ କୁହାଯାଇଛି । ଆଇସିସି ଏହି ଟୁର୍ଣ୍ଣାମେଣ୍ଟ୍ ପାଇଁ ଇସିବିକୁ ନାମିତ ଭ୍ରଷ୍ଟାଚାର ନିରୋଧୀ ଅଧିକାରୀ (ଡିଏସିଓ) ଭାବେ ନିଯୁକ୍ତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking