26.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶଖୁବ୍‌ ଶୀଘ୍ର ରିଲିଜ ହେବାକୁ ଯାଉଛି ‘ସିଙ୍ଘମ ଏଗେନ’

ଖୁବ୍‌ ଶୀଘ୍ର ରିଲିଜ ହେବାକୁ ଯାଉଛି ‘ସିଙ୍ଘମ ଏଗେନ’

ମୁମ୍ବାଇ: ବଲିଉଡ ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ‘ସିଙ୍ଘମ’, ‘ସିମ୍ବା’ ଏବଂ ‘ସୂର୍ଯ୍ୟବଂଶି’ ପରେ, ଏବେ ପୁଣି ଏକ ଅପକମିଂ କପ୍‌ ଫିଲ୍ମ ‘ସିଙ୍ଘମ ଏଗେନ’ର ଅଫିସିଆଲ ଆନାଉନ୍ସମେଣ୍ଟ କରିଛନ୍ତି । ଏହା ସହ ରୋହିତ ସେହିି ଫିଲ୍ମ ସେଟ୍‌ର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫିଲ୍ମ ନିର୍ଦ୍ଦେଶକ ‘ସିଙ୍ଘମ ଏଗେନ’ର ଜୋରଦାର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ।

ତେବେ ପୂର୍ବରୁ ମଧ୍ୟ ଏହି ତିନି ଜଣ ଷ୍ଟାର ଅଜୟ ଦେବଗନ୍‌, ଅକ୍ଷୟ କୁମାର ଏବଂ ରନବୀର ସିଂ, ରୋହିତ ସେଟ୍ଟିଙ୍କ ଫିଲ୍ମରେ ଏକା ସହିତ ନଜର ଆସି ଦର୍ଶକଙ୍କ ଖୁବ୍‌ ମନୋରଂଜନ କରିଥିଲେ। ଏବେ ପୁଣି ତିନି ଜଣ ‘ସିଙ୍ଘମ ଏଗେନ’ରେ ଏକା ସହିତ ନଜର ଆସିବା ପାଇଁ ଯାଉଛନ୍ତି । ତେବେ ଏହି କଥା ତାଙ୍କ ଫ୍ୟାନ୍ସ ଜାଣିବା ପରେ ବହୁତ ଖୁସି ପ୍ରକାଶ କରିଛନ୍ତି । ଏହାସହ ଫ୍ୟାନ୍ସ ତିନିଜଣଙ୍କୁ ଏକା ସହିତ ଦେଖିବା ପାଇଁ ବହୁତ ଉତ୍ସାହିତ ଅଛନ୍ତି ।

ସୁପରଷ୍ଟାର ଅଜୟ ଦେବଗନ୍‌ ଫିଲ୍ମ ସେଟ୍‌ର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ ନର୍ଦ୍ଦେଶକ ରୋହିତ ସେଟ୍ଟି ଏବଂ ରନବୀର ସିଂଙ୍କ ସହ ପୂଜା କରୁଥିବାର ନଜର ଆସିଛନ୍ତି । ତେବେ ଫଟୋ କ୍ୟାପ୍‌ସନରେ ଅଜୟ ଦେବଗନ୍‌ ଲେଖିଛନ୍ତି ଯେ ‘୧୨ ବର୍ଷ ପୁର୍ବରୁ, ଆମେ ଭାରତୀୟ ସିନେମାକୁ ଏହାର ସବୁଠୁ ବଡ ସିନେମାଟକ୍‌ କପ୍‌ ୟୁନିଭର୍ସ ଦେଇଥିଲେ’ । ‘ଏତେ ବର୍ଷରେ ଆମକୁ ଏଭଳି ଭଲ ପାଇବା ମିଳିଛି, ଯାହାଦ୍ୱାରା ଆମର ଶକ୍ତି ମଜବୁତ୍‌ ହୋଇଛି ଏବଂ ସିଙ୍ଘମ ପରିବାର ବଡ ହୋଇଛି’ । ‘ଆଜି ଆମେ ‘ସିଙ୍ଘମ ଏଗେନ’ ସହ ନିଜର ଫ୍ରାଞ୍ଚାଇଜ୍‌କୁ ଆଗକୁ ବଢାଇବାକୁ ଏକା ସହିତ ଆସିଛୁ’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking