34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶସମ୍ବିଧାନ ଅନୁମୋଦିତ ଗୋଟିଏ ଧର୍ମ ପ୍ରଚଳନ ପ୍ରସଙ୍ଗ; ସୁପ୍ରିମକୋର୍ଟରେ ପିଟିସନ୍ ଖାରଜ

ସମ୍ବିଧାନ ଅନୁମୋଦିତ ଗୋଟିଏ ଧର୍ମ ପ୍ରଚଳନ ପ୍ରସଙ୍ଗ; ସୁପ୍ରିମକୋର୍ଟରେ ପିଟିସନ୍ ଖାରଜ

ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନ ଦ୍ୱାରା ଅନୁମୋଦିତ ଗେ।।ଟିଏ ଧର୍ମର ପ୍ରଚଳନକୁ ନେଇ ଆଗତ ଏକ ପିଟିସନ୍‌କୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି । ଜଷ୍ଟିସ ସଞ୍ଜୟ କିଶନ କାଉଲ ଓ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ମାମଲାକୁ ଖାରଜ କରିବା ସହ ଏଭଳି ବିଚିତ୍ର ପିଟିସନକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏଭଳି ଅଦ୍ଭୁତ ଖିଆଲ ମୁଣ୍ଡକୁ କିପରି ଜୁଟିଲା ବୋଲି ଖଣ୍ଡପୀଠ ପିଟିସନଧାରୀଙ୍କୁ ପ୍ରଶ୍ନ କରିଛନ୍ତି । ତୁମେ ଚାହିଁଲେ ସବୁ ଭାରତୀୟଙ୍କ ଧର୍ମକୁ ବଦଳାଇ ପାରିବ କି ବୋଲି ଖଣ୍ଡପୀଠ ତାଙ୍କୁ ପ୍ରଶ୍ନ କରିଛନ୍ତି । ଶୁଣାଣି ସମୟରେ ମୁକେଶ କୁମାର ଓ ମୁକେଶ ମାନବୀର ସିଂହ ନାମକ ଏହି ଦୁଇ ପିଟିସନଧାରୀ କୋର୍ଟରେ ଉପସ୍ଥିତ ଥିଲେ । ମୁକେଶ କହିଥିଲେ ଯେ ସେମାନେ ହେଉଛନ୍ତି ସମାଜିକ କର୍ମକର୍ତ୍ତା । ଦେଶରେ ବିଭିନ୍ନ ଧର୍ମକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଥିବାରୁ ସମ୍ବିଧାନର ଧାରା ୩୨ ଅନୁଯାୟୀ ଗୋଟିଏ ଧର୍ମ ପ୍ରଚଳନ କରିବାକୁ ସେମାନେ ପିଟିସନ ଦାଖଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking