28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଅମ୍ରିତାଙ୍କ ଚିତ୍ରକଳା ୬୧.୮ କୋଟିରେ ନିଲାମ

ଅମ୍ରିତାଙ୍କ ଚିତ୍ରକଳା ୬୧.୮ କୋଟିରେ ନିଲାମ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଚିତ୍ରଶିଳ୍ପୀ ଅମ୍ରିତା ଶେରଗିଲଙ୍କ ଦ୍ୱାରା ଅଙ୍କିତ ଚିତ୍ରକଳା ‘ଦି ଷ୍ଟୋରି ଟେଲର’ ରେକର୍ଡ ୬୧.୮ କୋଟି ଟଙ୍କାରେ ନିଲାମ ହୋଇଛି । କୌଣସି ଭାରତୀୟ ଚିତ୍ରଶିଳ୍ପୀଙ୍କ ଦ୍ୱାରା ଅଙ୍କିତ ଚିତ୍ରକଳା ଏତେ ମୂଲ୍ୟରେ ନିଲାମ ହେବାରେ ଏହା ଏକ ରେକର୍ଡ ବୋଲି ନିଲାମକାରୀ ସଂସ୍ଥା ସାଫ୍ରନ୍‌ଆର୍ଟ ପକ୍ଷରୁ କୁହାଯାଇଛି ।

ଅମ୍ରିତା ୧୯୩୭ ମସିହାରେ ଏହି ଚିତ୍ରକଳା ଅଙ୍କନ କରିଥିଲେ । ଏହାକୁ ମିଶାଇ ଅମ୍ରିତାଙ୍କ ମୋଟ ୮୪ଟି ଚିତ୍ରକଳା ନିଲାମ ହୋଇସାରିଲାଣି । ଅମ୍ରିତା ୧୯୧୩ ଜାନୁଆରୀ ୩୦ରେ ହଙ୍ଗେଲୀର ରାଜଧାନୀ ବୁଦାପେଷ୍ଟରେ ଜନ୍ମଗ୍ରହଣ କରିଥିଲେ । ଅମ୍ରିତା ୫ ବର୍ଷ ବୟସରୁ ଚିତ୍ରକଳା ପ୍ରତି ଆକର୍ଷିତ ହୋଇଥିଲେ । ତାଙ୍କ ପିତା ଉମରାଓ ସିଂହ ଶେରଗିଲ୍ ମାଜିଥିଆ ଶିଖ୍ ସଂପ୍ରଦାୟର ହୋଇଥିବାବେଳେ ମାଆ ମ୍ୟାରୀ ଆଣ୍ଟୋନେଟ୍ ହେଉଛନ୍ତି ହଙ୍ଗେରୀ ବାସିନ୍ଦା । ୧୯୨୧ରେ ଅମ୍ରିତାଙ୍କ ପରିବାର ହଙ୍ଗେରୀ ଛାଡି ଭାରତର ସିମଳା ପଳାଇ ଆସିଥିଲେ । ୧୯୪୧ ଡିସେମ୍ବର ୫ରେ ମାତ୍ର ୨୮ ବର୍ଷ ବୟସରେ ଅମ୍ରିତାଙ୍କ ପରଲୋକ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking