30.1 C
Bhubaneswar
Friday, November 15, 2024
Homeଓଡିଶାପୁରୀ ବେଳାଭୂମିରେ ହେବ ମତ୍ସ୍ୟ ଅବତରଣ କେନ୍ଦ୍ର

ପୁରୀ ବେଳାଭୂମିରେ ହେବ ମତ୍ସ୍ୟ ଅବତରଣ କେନ୍ଦ୍ର

ପୁରୀ: ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବା ପାଇଁ ପୁରୀ ବେଳାଭୂମିରେ ହେବ ମତ୍ସ୍ୟ ଅବତରଣ କେନ୍ଦ୍ର ବା ଫିସ୍‌‌ ଲ୍ୟାଣ୍ଡିଂ ସେଣ୍ଟର (ଏଫ୍‌‌ଏଲ୍‌ସି)। ବେଳାଭୂମିର ସାପକୋଠିଠାରେ ଏହି କେନ୍ଦ୍ର କରାଯିବାକୁ ସ୍ଥାନ ଚିହ୍ନଟ ହୋଇଛି। ଆସନ୍ତା ମଙ୍ଗଳବାର ଅର୍ଥାତ୍‌ ପବିତ୍ର ଗଣେଶ ପୂଜା ଦିନ ଏହି ଏଫ୍‌‌ଏଲ୍‌‌ସିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କ ଜୀବନଜୀବିକାକୁ ସୁବ୍ୟବସ୍ଥିତ କରାଯିବା ସହ ବେଳାଭୂମିର ଗୋଟିଏ ସ୍ଥାନରେ ସେମାନଙ୍କ ଡଙ୍ଗା, ଜାଲ ରହିବ। ଏଥିସହ ମାଛଗୁଡ଼ିକୁ ବରଫ ମାଧ୍ୟମରେ ସଂରକ୍ଷଣ କରି ରଖିବା ପାଇଁ ଏଥିରେ ବ୍ୟବସ୍ଥା ହେବ।

ବିଶେଷକରି ଏହି କେନ୍ଦ୍ରରେ ମତ୍ସ୍ୟଜୀବୀଙ୍କ ପାଇଁ ରହିବ ଅତ୍ୟାଧୁନିକ ସୁବିଧା। ଯେମିତିକି ଶୌଚାଳୟ, ପାନୀୟ ଜଳ, ଫାଷ୍ଟଏଡ୍‌‌ ସୁବିଧା ଏବଂ ସିସିଟିଭି ବ୍ୟବସ୍ଥା ମଧ୍ୟ ହେବ। ଫଳରେ ମତ୍ସ୍ୟଜୀବୀଙ୍କ ଡଙ୍ଗା ଓ ଜାଲ ସୁରକ୍ଷିତ ରହିବ। କେବଳ ପୁରୀ ସାପକୋଠି ନୁହେଁ, ପେଣ୍ଠକଟା, ଚନ୍ଦ୍ରଭାଗା ଏବଂ ଅରଖକୁଦାଠାରେ ମଧ୍ୟ ଏହି ଫିସ୍‌‌ ଲ୍ୟାଣ୍ଡିଙ୍ଗ ସେଣ୍ଟର ନିର୍ମାଣ କରାଯିବାର ଯୋଜନା ରହିଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ୯୫.୦୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳର ମତ୍ସ୍ୟଜୀବୀମାନେ ଖୁସି ହୋଇଥିବା ବେଳେ ପୁରୀର ପାରମ୍ପରିକ ମତ୍ସ୍ୟଜୀବୀ ସଂଘ ଏହାକୁ ସ୍ୱାଗତ କରିଛି।

ଭାରତର ଏକ ମନୋରମ ବେଳାଭୂମି ହେଉଛି ପୁରୀ। ଏହାକୁ ଆହୁରି ସୁନ୍ଦର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ମାତ୍ର ମତ୍ସ୍ୟଜୀବୀଙ୍କ ଡଙ୍ଗା ବିଭିନ୍ନ ସ୍ଥାନରେ ରଖାଯାଉଥିବାରୁ ଏହା ବେଳାଭୂମିର ସୌନ୍ଦର୍ଯ୍ୟ ହାନି ହେଉଛି। ତେଣୁ ଗୋଟିଏ ଜାଗାରେ ମତ୍ସ୍ୟଜୀବୀଙ୍କ ଡଙ୍ଗା ପାର୍କିଂ କରାଯିବା ଲକ୍ଷ୍ୟ ନେଇ ପ୍ରଶାସନ ପକ୍ଷରୁ ଏହି ଏଫ୍‌‌ଏଲସିର ପରିକଳ୍ପନା କରାଯାଇଛି। ସମୁଦ୍ରକୁ ମାଛ ମାରିବାକୁ ଯାଉଥିବା ମତ୍ସ୍ୟଜୀବୀମାନେ ଏଠାରେ ତାଙ୍କ ଡଙ୍ଗା, ଜାଲ ଏବଂ ଅନ୍ୟାନ୍ୟ ସରଞ୍ଜାମ ରଖିପାରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking