27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶବଢିଲା ଉଦୟନିଧିଙ୍କ ଅଡୁଆ: ଧର୍ମକୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ରୁଜୁ ହେଲା ମାମଲା

ବଢିଲା ଉଦୟନିଧିଙ୍କ ଅଡୁଆ: ଧର୍ମକୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ରୁଜୁ ହେଲା ମାମଲା

ମୁମ୍ବାଇ : ୟୁପି, ଦିଲ୍ଲୀ ପରେ  ମହାରାଷ୍ଟ୍ର ପୋଲିସ ତାମିଲାନାଡୁ ମନ୍ତ୍ରୀ ତଥା ଦ୍ରାବିଡ ମୁନେତ୍ର କଡଗମ (ଡିଏମକେ) ନେତା ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ମାମଲା ରୁଜୁ କରିଛି ।  ସନାତନ ଧର୍ମ   ବିରୋଧରେ ଦେଇଥିବା ବିବାଦୀୟ ବୟାନକୁ ନେଇ ଏହି ମାମଲା ରୁଜୁ ହୋଇଛି । ମଙ୍ଗଳବାର ରାତି ୧୧ଟାରେ ମୀରା ରୋଡ ନିବାସୀ ୩୮ ବର୍ଷୀୟ ନାଗନାଥ କାମ୍ବଲେ ଏହି ଅଭିଯୋଗ ଦାଏର କରିଛନ୍ତି । ନାଗନାଥ କାମ୍ବଲେ ବିଦ୍ୟାବିହାରସ୍ଥିତ ଏକ କମ୍ପାନୀରେ ଡାଟା ପର୍ଯ୍ୟବେକ୍ଷକ ଭାବେ କାମ କରନ୍ତି । ସେପ୍ଟେମ୍ବର ୪ ତାରିଖରେ ଏକ ଇଂରାଜୀ ଖବର କାଗଜରେ ଷ୍ଟାଲିନଙ୍କ ବୟାନ ଉପରେ ପଢିବା ପରେ ସେ ପୋଲିସରେ ଏହି ଅଭିଯୋଗ ଦାଏର କରିଛନ୍ତି । ଷ୍ଟାଲିନ ବିରୋଧରେ ଧାରା ୧୫୩ ଏ ଏବଂ ଧାରା ୨୯୫ ଏ ଅନୁସାରେ ମାମଲା ରୁଜୁ ହୋଇଛି । ଭାରତୀୟ ଦଣ୍ଡ ସଂହିତା ଅନୁସାରେ କୌଣସି ବର୍ଗର ଧର୍ମ କିମ୍ବା ଧାର୍ମିକ ମାନ୍ୟତାକୁ ଅପମାନ କରିବା ଅପରାଧ । ଗତ ସପ୍ତାହରେ ଉଦୟନିଧିଙ୍କ ବିରୋଧରେ ଉତ୍ତରପ୍ରଦେଶ ରାମପୁରରେ ଏକ ମାମଲା ରୁଜୁ ହୋଇଛି  ।   ଉଦୟନିଧିଙ୍କୁ ସମର୍ଥନ କରିବା ଉଦ୍ଦେଶ୍ୟରେ କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟାଙ୍କ ଖଡଗେଙ୍କ ନାଁ ମଧ୍ୟ ଏଫଆଇଆରରେ ସାମିଲ କରାଯାଇଛି । ସୂଚନାଥାଉ କି, ଷ୍ଟାଲିନ ସେପ୍ଟେମ୍ବର ୨ ତାରିଖରେ ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ ସନାତନ ଧର୍ମ ବିରୋଧରେ ବୟାନ ଦେଇ ଏହାକୁ ଡେଙ୍ଗ, ମେଲରିଆ ଜ୍ୱର ଏବଂ କରୋନା ସହ ତୁଳନା କରିଥିଲେ । ସେ ଆହୁରି କହିଥିଲେ, ସନାତନ ଧର୍ମକୁ ଖାଲି ବିରୋଧ କରାଯିବା କଥା ନୁହେଁ ବରଂ ଏହାକୁ ଶେଷ କରିଦେବା ଉଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking