ଡେରାଡୁନ: ହିମାଳୟ ପାଦଦେଶରେ ଅବସ୍ଥିତ ଉତ୍ତରାଖଣ୍ଡରେ ଚଳିତବର୍ଷର ପ୍ରଥମ ବରଫପାତ ହୋଇଥିବା ଜଣାପଡିଛି । ସୋମବାର ଚାମୋଲି ଜିଲ୍ଲାର ଉଚ୍ଚତର ଅଞ୍ଚଳରେ ଅବସ୍ଥିତ ବଦ୍ରିନାଥ ଧାମ ପାହାଡ, ହେମକୁଣ୍ଡ ସାହେବ ଏବଂ ରୁଦ୍ରନାଥରେ ବରଫପାତ ଘଟିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ ଗତ ଶନିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା ମଧ୍ୟ ଲାଗି ରହିଛି । ଫଳରେ ବଦ୍ରିନାଥ ଜାତୀୟ ରାଜପଥର ପାଗଳନଳା ନିକଟରେ ପାହାଡରୁ ଅତଡା ଖସି ରାସ୍ତା ଅବରୋଧ ହୋଇଛି । ତେବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଭାରୀ ଯନ୍ତ୍ରପାତି ସାହାଯ୍ୟରେ ରାସ୍ତାରୁ ଅତଡା ପରିଷ୍କାର କରାଯାଇ ଯାତାୟାତ ବ୍ୟବସ୍ଥାକୁ ସ୍ୱାଭାବିକ କରାଯାଇଛି ।