ନୂଆଦିଲ୍ଲୀ: କୁହାଯାଏ, ବିବାହ ହେଉଛି ଜନ୍ମ ଜନ୍ମାନ୍ତରର ବନ୍ଧନ । ସାରାଜୀବନ ଦୁଃଖସୁଖରେ ସାଥୀ ହେବା ପାଇଁ ଶପଥ ନିଅନ୍ତି । କିନ୍ତୁ ବେଳେବେଳେ ଏହି ବନ୍ଧନ ଗୋଟିଏ ଦିନରେ ହିଁ ଭାଙ୍ଗିଯାଇଥାଏ । ଏବେ ସେମିତି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ବର ଖୁସିରେ କନ୍ୟାର ମୁହଁରେ କେକ୍ ଲଗାଇ ଦେବାରୁ ତାଙ୍କୁ ପରିଣତି ଭୋଗିବାକୁ ପଡ଼ିଛି । ବିବାହର ଗୋଟିଏ ଦିନରେ କନ୍ୟା କରିଛି ଛାଡପତ୍ର ପାଇଁ ଆବେଦନ । ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।