30.1 C
Bhubaneswar
Monday, May 20, 2024
Homeଓଡିଶାଗୋମାଂସ ବୋଝେଇ ଟ୍ରକ ସହିତ ୨ ଅଟକ

ଗୋମାଂସ ବୋଝେଇ ଟ୍ରକ ସହିତ ୨ ଅଟକ

ଗୁରୁଡିଝାଟିଆ : ଖୁଣ୍ଟୁଣୀ ପୁଲିସ ଗୋମାଂସ ବୋଝେଇ ଟ୍ରକକୁ ଜବତ କରିବା ସହ ୨ଜଣଙ୍କୁ ଅଟକ ରଖିଛି । ଅଟକ ଅଭିଯୁକ୍ତଦ୍ୱୟ ମହାରାଷ୍ଟ୍ରର ବାସିନ୍ଦା ହୋଇଥିବା ବେଳେ ସେମାନଙ୍କ ନାମ ଟୁକାରାମ ବିଶ୍ୱନାଥ ଗାଏକ୍ୱାଡ ହୋଇଥିବା ବେଳେ ଅନ୍ୟଜଣଙ୍କ ନାମ ସତାବର ଅଲତାଫ।

ଗତକାଲି ବିଳମ୍ବିତ ରାତିରେ ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ ପାଟ୍ରୋଲିଂ କରୁଥିବା ବେଳେ ଆଠଗଡ ଆଡୁ କଟକ ପାର୍ଶ୍ବକୁ ଆସୁଥିବା ଟ୍ରକକୁ ସନ୍ଦେହ ହେବାରୁ ଅଟକାଇଥିଲେ। ହେଲେ ଟ୍ରକ ଚାଳକ ଦୃତଗତିରେ ପୁଲିସର ଇସାରାକୁ ନ ମାନି ପଳାଇଥିଲା। ଏହାପରେ ଥାନା ଅଧିକାରୀ ଶ୍ରୀ ଖୁଣ୍ଟିଆ ଟ୍ରକକୁ ପିଛା କରି ହଠାତ୍ ଟ୍ରକ ଆଗରେ ପୁଲିସ ଗାଡିକୁ ରଖି ଦେଇଥିଲେ ।

ଅନ୍ୟ ଉପାୟ ନ ପାଇ ଟ୍ରକ ଚାଳକ ଗାଡି ରଖିବା ପାଇଁ ବାଧ୍ୟ ହୋଇଥିଲେ। ଥାନା ଅଧିକାରୀ ପଚରା ଉଚରା କରିବାରୁ ଜାଣିବାକୁ ପାଇଥିଲେ ଟ୍ରକରେ ଗୋମାଂସ ବୋଝେଇ ହୋଇଛି। ଟ୍ରକକୁ ଥାନାକୁ ଆଣିବା ସହିତ ଚାଳକ ଓ ହେଲପରକୁ ଅଟକ ରଖିଥିଲେ । ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ତିଗିରିଆ ଅଞ୍ଚଳରୁ ଗୋମାଂସ ବୋଝେଇ ଟ୍ରକଟି କଲକତା ଯାଉଥିଲା। ଏହା ଆଜି ନୁହେଁ ବିଭିନ୍ନ ସମୟରେ ୫୫ ନଂ ଜାତୀୟ ରାଜପଥ ଦେଇ ନିୟମିତ୍ତ ଗୋମାଂସ ଚାଲାଣ ହେଉଥିବା ଜାଣିବାକୁ ପାଇଛନ୍ତି । ଏଭଳି ଚଢଉ ବାରମ୍ବାର କରାଯିବ ବୋଲି ଶ୍ରୀ ଖୁଣ୍ଟିଆ ସମାଜକୁ କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking