ବ୍ୟୁରୋ: ଗତ ୮ ତାରିଖରେ କଟକ ସଦର ଥାନା ଅଞ୍ଚଳର ଶ୍ୟାମସୁନ୍ଦରପୁରରେ ଚିନ୍ତାମଣିକୁ ଗୁଳିକାଣ୍ଡ ଘଟଣାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ସଦର ଥାନା ପୋଲିସ। ଜଗନ ପ୍ରଧାନ, ରାକେଶ ପ୍ରଧାନ ଓ ଶମ୍ଭୁ ଭୋଇ ଗିରଫ ହୋଇଛନ୍ତି। ମୁଖ୍ୟ ଅଭିଯୁକ୍ତ ହେଉଛି ଜଗନ ପ୍ରଧାନ। ଜଗନର ବଡ଼ ଭାଇ ହେଉଛି ରାକେଶ। ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ଓ ବାଇକ ମଧ୍ୟ ଜବତ କରିଛି ପୋଲିସ। ସେହିପରି ଶମ୍ଭୁ ନାଁରେ ପୂର୍ବରୁ ରହିଛି ୨୫ ଟି ମାମଲା ଓ ଜଗନ ନାଁରେ ରହିଛି ୧୨ଟି ମାମଲା ରହିଛି। ଆଜି କମିଶନରେଟ ପୋଲିସର ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଡିସିପି ଅନୀଲ ମିଶ୍ର ଏନେଇ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ହତ୍ୟାକାଣ୍ଡ ଘଟାଇବା ପରେ ଜଗନ ଓ ଶମ୍ଭୁକୁ ଭୁବନେଶ୍ୱରରେ ଆଶ୍ରୟ ଦେଇଥିଲା ରାକେଶ। ୧୩ ତାରିଖ ସକାଳ ସମୟରେ ବାଙ୍ଗାଲୋର ଅଲାହାଙ୍କା ଷ୍ଟେସନରୁ ୩ ଜଣଙ୍କୁ ଧରିଛି କମିଶନରେଟ ପୋଲିସ। କାମକୁ ନେଇ ମୃତକ ଚିନ୍ତାମଣି ସହିତ ପୂର୍ବ ଶତ୍ରୁତା ଥିଲା। ଚିନ୍ତାମଣିଙ୍କ ଅନୁପସ୍ଥିତିରେ ଜଗନ ଚିନ୍ତାମଣି ଘରକୁ ଯିବା ଆସିବା କରୁଥିଲା। ଏହାକୁ ବିରୋଧ କରୁଥିଲେ ମୃତକ ଚିନ୍ତାମଣି।