ଭୁବନେଶ୍ୱର: ଓଜେଇଇ ପକ୍ଷରୁ ରାଜ୍ୟର ବିଭିନ୍ନ ମେଡିକାଲ୍ କଲେଜରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି । ଆସନ୍ତା ୧୭ ତାରିଖ ମଧ୍ୟରେ ପଞ୍ଜୀକରଣ କରିବାକୁ ଥିବାବେଳେ ୧୯ତାରିଖରେ ମେଧା ତାଲିକା ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ୪୫୨ଟି ସିଟ୍ ବଳକା ରହିଛି । ଓଜେଇଇ ଏନେଇ ତାଲିକା ପ୍ରକାଶ କରିଥିବାବେଳେ ବଲାଙ୍ଗିର ମେଡିକାଲ୍ କଲେଜରେ ୪ଟି, ଏମ୍କେସିଜିରେ ୨୪ଟି, ବାରିପଦାରେ ୮, ଏସ୍ସିବିରେ ୮୮, କୋରାପୁଟରେ ୧୦, ବୁର୍ଲାରେ ୧୬, ପୁରୀରେ ୩, କେନ୍ଦୁଝର ୬, ସୁନ୍ଦରଗଡ଼ ୯, ଭବାନୀପାଟଣା ୪ ଓ ଏସ୍ସିବି ଡେଣ୍ଟାଲ କଲେଜରେ ୨୭ଟି ସିଟ୍ ଖାଲି ପଡ଼ିଛି ।
ସେହିପରି ଡ୍ରିମ୍ସରେ ୫୩ଟି, ହାଇଟେକ୍ ଏମ୍ବିବିଏସ୍ରେ ୫୨ଟି ଓ ହାଇଟେକ୍ ଡେଣ୍ଟାଲରେ ୯୭ଟି ସିଟ୍ ବଳକା ରହିଛି । ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ୧୬୨୫ ଏମ୍ବିବିଏସ୍ ଓ ୧୩୧ଜଣ ବିଡିଏସ୍ ପିଲାଙ୍କୁ ଚୟନ କରାଯାଇ ଥିବାବେଳେ ୧୩୬୯ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ।