32.1 C
Bhubaneswar
Friday, October 18, 2024
Homeଓଡିଶାଡ଼େଙ୍ଗୁରେ ଜଣେ ପ୍ରସୂତିଙ୍କର ମୃତ୍ୟୁ

ଡ଼େଙ୍ଗୁରେ ଜଣେ ପ୍ରସୂତିଙ୍କର ମୃତ୍ୟୁ

ଭୁବନେଶ୍ୱର: ଡ଼େଙ୍ଗୁରେ ଜଣେ ପ୍ରସୂତିଙ୍କର ଆଜି କ୍ୟାପିଟାଲ୍ ହସ୍ପିଟାଲରେ ମୃତ୍ୟୁ ହୋଇଛି । ମହିଳାଙ୍କ ବୟଷ ପ୍ରାୟ ୨୮ ହେବ । ସେ ଭିଏସ୍‌ଏସ୍‌ନଗରରେ ରହୁଥିଲେ । ତାଙ୍କ ନିଜ ଘର ଭଦ୍ରକ ଜିଲ୍ଲାରେ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ପରିବାର ଲୋକଙ୍କ କହିବା ଅନୁସାରେ ମହିଳାଙ୍କୁ ଡେଲିଭରି ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଥିଲା । ଅସ୍ତ୍ରୋପ୍ରଚାର ପରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଶିଶୁଟି ବର୍ତ୍ତମାନ ଆଇସିୟୁରେ ଅଛି । ହଠାତ ମହିଳାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ତୁରନ୍ତ ମୁଖ୍ୟ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷା ପରେ ଜଣା ପଡ଼ିଲା ମହିଳାଙ୍କୁ ଡେଙ୍ଗୁ ହୋଇଛି । ଆଜି ଅପରାହ୍ନରେ ତାଙ୍କର ବିୟୋଗ ହୋଇଛି । ଡାକ୍ତରଙ୍କ ସବୁ ଉଦ୍ୟମ ସତ୍ତ୍ୱେ ମହିଳାଙ୍କ ମୃତ୍ୟୁ ହୋଇଛି । ଶିଶୁ କନ୍ୟା ବର୍ତ୍ତମାନ ଆଇସିୟୁରେ ସୁସ୍ଥ ଅବସ୍ଥାରେ ଅଛି । ମୃତ ମହିଳାଙ୍କ ଆଉ ଏକ ଶିଶୁ ପୁତ୍ର ଅଛି ବୋଲି ଜଣାପଡ଼ିଛି । ହେଲେ ମହିଳାଙ୍କ ମୃତ୍ୟୁକୁ ନେଇ କ୍ୟାପିଟାଲ୍ ହସ୍ପିଟାଲ୍ ପକ୍ଷରୁ କୌଣସି ସୁଚନା ଦିଆଯାଇ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking