27.1 C
Bhubaneswar
Saturday, July 27, 2024
Homeଅପରାଧଋଣ ସୁଝି ନପାରିବାରୁ ସ୍ତ୍ରୀ ସହ ସ୍ୱାମୀ ଯାହା କଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ଋଣ ସୁଝି ନପାରିବାରୁ ସ୍ତ୍ରୀ ସହ ସ୍ୱାମୀ ଯାହା କଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ଜୟପୁର: ଋଣ ସୁଝିନପାରିବାରୁ ନିଜର ହିତାହିତ ଜ୍ଞାନ ହରାଇଛି ସ୍ବାମୀ । ନିଜ ସ୍ତ୍ରୀକୁ ଋଣ ପ୍ରଦାନ କରିଥିବା ବ୍ୟକ୍ତିଙ୍କ ହାତରେ ଟେକି ଦେଇଛି । ପୀଡ଼ିତାଙ୍କୁ ନିଜ ଦେଢଶୂର ଓ ଦିଅର ଦୁଷ୍କର୍ମ କରିଥିବା ଜଣାପଡ଼ିଛି । ଏଭଳି ଏକ ନିନ୍ଦନୀୟ ଘଟଣା ରାଜସ୍ଥାନର ରାଜଧାନୀ ଜୟପୁର ଅଞ୍ଚଳରେ ଘଟିଛି । ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ପୋଲିସ ଯୌନ ଶୋଷଣ ମାମଲା ରୁଜୁ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି । ଝୋଟୱାରା ପୋଲିସର ଥାନା ଅଧିକାରୀ ଘନଶ୍ୟାମ ସିଂ ରାଥୋଡ଼ଙ୍କ କହିବା ଅନୁସାରେ ପୀଡ଼ିତାଙ୍କ ଘର ଝୋଟୱାରା ଅଞ୍ଚଳରେ । ପୀଡ଼ିତାଙ୍କ ସ୍ବାମୀ ଅତ୍ୟଧିକ ମଦ ପିଉଥିବା ବେଳେ କୌଣସି ରୋଜଗାର କରନ୍ତି ନାହିଁ । ଏଣୁ ମଦ ପିଇବା ଲାଗି ଅର୍ଥର ଆବଶ୍ୟକତା ପଡୁଥିବାରୁ ମଦ୍ୟପ ସ୍ବାମୀ ଜଣକ ନିଜ ସମ୍ପର୍କୀୟଙ୍କଠାରୁ କିଛି ଟଙ୍କା ଋଣ ଆକାରରେ ଆଣିଥାନ୍ତି । ହେଲେ ବେରୋଜଗାର ହୋଇଥିବାରୁ ଏହି ଅର୍ଥ ଫେରସ୍ତ କରିବା ଲାଗି ସେ ସକ୍ଷମ ନଥିଲେ । ଏଣୁ ଅର୍ଥ ବଦଳରେ ନିଜ ସ୍ତ୍ରୀକୁ ଋଣ ପ୍ରଦାନ କରିଥିବା ବ୍ୟକ୍ତିଙ୍କ ହାତରେ ଟେକି ଦେଇଥିବା ପୋଲିସ କହିଛି ।

ମଦ୍ୟପ ସ୍ବାମୀ ନିଜ ସ୍ତ୍ରୀକୁ ବେଶ୍ୟାବୃତ୍ତି କରିବା ଲାଗି ବାଧ୍ୟ କରିଥିଲା । ଏଣୁ ଋଣ ପ୍ରଦାନକାରୀଙ୍କ ହାତରେ ନିଜ ସ୍ତ୍ରୀକୁ ଟେକି ଦେଇଥିଲା। ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଋଣ ପ୍ରଦାନକାରୀଙ୍କ ମଧ୍ୟରେ ପୀଡ଼ିତାଙ୍କ ଦେଢଶୂର ଓ ଦିଅର ମଧ୍ୟ ସାମିଲ ଅଛନ୍ତି । ଅଭିଯୁକ୍ତ ସ୍ବାମୀ ପୀଡ଼ିତାଙ୍କ ଦେଢଶୂର ବା ନିଜ ଭାଇଠାରୁ ମଦ କିଣିବା ଲାଗି ପ୍ରାୟ ଦେଢ ଲକ୍ଷ ଟଙ୍କା ନେଇଥିବା ବେଳେ ଏହାକୁ ଫେରସ୍ତ କରିପାରିନଥିଲା । ଯାହା ବଦଳରେ ଦେଢଶୂର ପୀଡ଼ିତାଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ନିଜେ ପୀଡ଼ିତା ଅଭିଯୋଗ କରିଛନ୍ତି । ସେପଟେ ଅନ୍ୟ କିଛି ସମ୍ପର୍କୀୟଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଲାଗି ଅଭିଯୁକ୍ତ ସ୍ବାମୀ ବାଧ୍ୟ କରିଥିବା ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି । ଯେତେବେଳେ ପୀଡି଼ତା ଜଣକ ଏପରି ନ କରିବାକୁ ମନା କରୁଥିଲେ, ସେତେବେଳେ ମଦ୍ୟପ ସ୍ବାମୀ ତାଙ୍କ ଖାଦ୍ୟ କିମ୍ବା ପାନୀୟରେ ନିଶାଦ୍ରବ୍ୟ ମିଶାଇ ତାଙ୍କୁ ଚେତାଶୂନ୍ୟ କରୁଥିଲା । ପୀଡ଼ିତାଙ୍କ ଅଚେତ ଅବସ୍ଥାରେ ତାଙ୍କ ସମ୍ପର୍କୀୟ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି । ତେବେ ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking